Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଝାରସୁଗୁଡା ୧୩/୯ (ଓଡିଶା ନ୍ୟୁଜ) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନବମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ଲଖନପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁମନ୍ତ ହରିଜନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଜାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଭାରପ୍ରାପ୍ତ ବିଇଓ ଯଶୋବନ୍ତ ସାହୁ, ବ୍ଲକର ଉଭୟ ଏବିଇଓ ଟିକେଶ୍ଵର ଜଗତ ଓ ହେମସଗାର ଚୌଧୁରୀଙ୍କ ସମେତ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୁଗଲ କିଶୋର ପରୁଆ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ବିଧାୟିକା ପୁରସ୍କୃତ କରିଥିଲେ। ସେହିପରି ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ଆରତୀ ପଧାନ ମୁଖ୍ୟ ଅତିଥି, ବୁଦ୍ଧିଜୀବୀ ରାଧାକାନ୍ତ ପାଣିଗ୍ରାହୀ ମୁଖ୍ୟବକ୍ତା, ଲଖନପୁର କ୍ଲଷ୍ଟର ସିଆରସିସି ଘନଶ୍ୟାମ ଗର୍ତ୍ତିଆ ଓ ସମାଜସେବୀ କ୍ଷିତିଭୂଷଣ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶ ସ୍ତର କିପରି ବୃଦ୍ଧି ପାଇବ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟସ୍ତରରେ କିପରି ସୁନାମ ଅର୍ଜନ କରିବେ ସେ ଦିଗରେ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଦୀପକ କୁମାର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରେଣୁକା ପ୍ରଧାନ, ଶିବାନୀ କୁମାରୀ ସ୍ବାଇଁ, କର୍ମଚାରୀ ଦୀପା ଜଉଡ଼ା, ଉମେଶ ଚନ୍ଦ୍ର ପଟେଲ, ମୀନା ନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ବ୍ଳକ ଅଧ୍ୟକ୍ଷା ସୁରଭି ଛତ୍ରୀଆ, ସୁରେନ୍ଦ୍ର ଜୟସ୍ୱାଲ, ଶ୍ରୀକାନ୍ତ ଭୋଇ, ଭୁବନେଶ୍ୱର ହାତୀ ଓ ହୃଷିକେଶ ଦେହେରି ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ