ସୁବଳୟା ହାଇସ୍କୁଲ ରେ ବିଶ୍ଵ ସଂସ୍କୃତ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ୫-ଟି ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ବିଶ୍ଵ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ର ଅଭିଷେକ ବେରିହା ସଭା ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ବାଘ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ସଦାନନ୍ଦ ରଥ , ସୁରେନ୍ଦ୍ର ପାଢ଼ୀ , ଶମ୍ପା ବିଶ୍ଵାଳ , ସୁନିଲ ବରିହା , ସିର୍ଦ୍ଧାର୍ଥ ମିଶ୍ର , ସାଗରିକା ମହାପାତ୍ର , ନବ କିଶୋର ପଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଂସ୍କୃତ ଭାଷାର ମହତ୍ବ ଉପରେ ଆଲୋକପାତ କରିଥିଲେ । ପୂର୍ବକ ସଂସ୍କୃତ ହିଁ ସଂସ୍କୃତି କୁ ରକ୍ଷା କରିବ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀ ଶିବାନୀ ମେହେର ଗୀତା ପାଠ କରିଥିବା ବେଳେ ଛାତ୍ରୀ ସିପିକା ସାହୁ ସଂସ୍କୃତ ଭାଷାରେ ସମ୍ଭାଷଣ ପ୍ରଦାନ କରିଥିଲେ । ଶେଷରେ ଶ୍କୋକାବୃତ୍ତି ଓ ସଂସ୍କୃତ ତର୍କ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପଦକ ଦେଇ ପୁରସ୍କୃତ କରାଯାଇଥିଲା ।