Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବକେୟା ମରୁଡି ସହାୟତା ରାଶି ପ୍ରଦାନ ଦାବି : କଳାହାଣ୍ଡି ତହସିଲଦାରଙ୍କୁ ଭେଟିଲେ ଚାଷୀସମୂହ

କଳାହାଣ୍ଡି,୧୩/୦୯-ରାଜ୍ୟରେ ଭୟାବହ ମରୁଡ଼ି ପରିସ୍ଥିତିକୁ ଆଖିଆଗରେ ରଖି ଗତ ୨୦୨୧-୨୨ ବର୍ଷରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ମରୁଡ଼ି ସହାୟତା ଘୋଷଣା କରିଥିଲେ ! ଏଇ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୫୦ ପ୍ରତିଶତ ଚାଷୀଙ୍କୁ ସେଇବର୍ଷର ମରୁଡ଼ି ସହାୟତା ରାଶି ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟରେ ଜମା ହୋଇସାରିଛି ! ତେବେ ୫୦ରୁ ୬୦ ପ୍ରତିଶତ ଚାଷୀଙ୍କ ମରୁଡ଼ି ସହାୟତା ଏ ପର୍ଯ୍ୟନ୍ତ ମିଳିନାହିଁ ! ସୂଚନାଯୋଗ୍ୟ ଯେ, ରାଜ୍ୟର ମରୁଡ଼ି ପରିସ୍ଥିତିକୁ ଦେଖି ଗତ ୧୫ ନଭେମ୍ବର ୨୦୨୨ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଶହ କୋଟି ଟଙ୍କାର ମରୁଡ଼ି ସହାୟତା ଘୋଷଣା କରିଥିଲେ ! ସେଥିମଧ୍ୟରୁ ୧୨ଟି ମରୁଡ଼ି ପ୍ରଭାବିତ ଜିଲ୍ଲାର ୩୩ ପ୍ରତିଶତ ଚାଷୀଙ୍କୁ ଏଇ ମରୁଡ଼ି ସହାୟତା ରାଶି ମିଳିବ ବୋଲି ଘୋଷଣା କରାଯାଇଥିଲା ! ଏଇ କ୍ରମରେ ଭବାନୀପାଟଣା ବ୍ଲକର କଲମ ପଞ୍ଚାୟତର ଚାଷୀମାନଙ୍କ ସମସ୍ୟାକୁ ନେଇ ତଥା ଚାଷୀଙ୍କୁ ବକେୟା ଥିବା ମରୁଡ଼ି ସହାୟତା ରାଶି ପ୍ରଦାନ ପାଇଁ ବରିଷ୍ଠ ନେତା ତଥା ସାଇନିଂ କଳାହାଣ୍ଡିର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତ୍ରୁତ୍ବରେ ଚାଷୀମାନେ କଳାହାଣ୍ଡି ତହସିଲଦାରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ! ଏହାସହିତ ଭବାନୀପାଟଣା ଓ କେସିଙ୍ଗା ବ୍ଲକରେ ଚାଷୀଙ୍କ ବକେୟା ଥିବା ମରୁଡ଼ି ସହାୟତା ରାଶି ପ୍ରଦାନ କରିବାକୁ ଡ. ନିଆଲଙ୍କ ନେତ୍ରୁତ୍ବରେ ଚାଷୀମାନେ ଦାବି କରିଥିଲେ ! ଏଇ ଚାଷୀଙ୍କ ପ୍ରତିନିଧି ଦଳରେ ପୁରୁଷୋତ୍ତମ ବିଶ୍ବାଳ, ମହେନ୍ଦ୍ର ବାଗ, କୁମୁଦ ବିଶ୍ବାଳ, ଭବାନୀଶଙ୍କର ବାଗ, ଅର୍ଜୁନ ସାହୁ, ଗୋବିନ୍ଦ ସା, ଅବନୀ ବିଶ୍ବାଳ, ହରିବନ୍ଧୁ ଶବର, ପ୍ରଭାତ ବିଶି, ଜୟରାମ ମାଝୀ, ବୈକୁଣ୍ଠ ମାଝୀ, ଅଭୟ ବିଶ୍ବାଳ, ପୁଷ୍ପରାଜ ଶବର, ଧବଳେଶ୍ବର ସା, କମ୍ବୁ ଶବର, ଡମ୍ବରୁଧର ବିଶି, ଚନ୍ଦ୍ରସେନ ବାଗ ପ୍ରମୁଖ ସାମିଲ ରହି ଦାବି ଉପସ୍ଥାପନ କରିଥିଲେ !