Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବକୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ରୋପ୍ୟ ଜୟନ୍ତୀ ପ୍ରସ୍ତୁତି ବୈଠକ

ଝାରସୁଗୁଡା ୧୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଦେବକୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଟି ୧୯୯୬ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଚଳିତ ବର୍ଷ ୨୭ ବର୍ଷରେ ପଦାର୍ପଣ କରୁଛି । ଏହି ପୂର୍ତ୍ତି ଅବସରରେ ବିଦ୍ୟାଳୟ ର ରୋପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ବୁଧବାର ଅଞ୍ଚଳବାସୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଦାମ ପଧାନ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ନନ୍ଦଲାଲ ସାହୁ ସଭା ପରିଚାଳନା କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ ବୈଠକରେ ରୋପ୍ୟ ଜୟନ୍ତୀକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ଡିସେମ୍ବର ୨୪ ଓ ୨୫ ଦୁଇଦିନ ଧରି ମହା ସମାରୋହରେ ପାଳନ କରିବାକୁ ସର୍ବ ସମ୍ମତି ନିଷ୍ପତ୍ତି ନିଆ ଯାଇଥିଲା । ଆଜିର ବୈଠକ ରେ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ଓ ସମିତି ସଭ୍ୟ ରୋହିତ ଧୁରୁଆ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା ଓ ସମିତି ସଭ୍ୟା ସାବିତ୍ରୀ ସିଂ ଙ୍କ ସମେତ ଗିରିଶ ବିଶ୍ୱାଳ, ପ୍ରସନ୍ନ ପଧାନ, ଦୟାକର ପଧାନ, କୁଶାସନ ପଧାନ, ରବିରତ୍ନ ପଧାନ, ପ୍ରୀତମ ସିଂହ ଦେଓ, ଅଜୟ ଗୁହା, ଭୋଗିଲାଲ ମେହେର, ରାମଚନ୍ଦ୍ର ମେହେର,ଫକୀର ପଧାନ, ଡୋଳାମଣି ପଧାନ, ବ୍ରହ୍ମାନନ୍ଦ ବେହେରା, ନୀଳମଣି ବାରିକ, ଖୁସିରାମ ଭୋଇ,ସଞ୍ଜୟ ମେହେର ପ୍ରମୁଖଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିଦ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କନକଲତା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ