Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାମଗାଁ ଆଞ୍ଚଳିକ ହାଇସ୍କୁଲ ପରିଚାଳନା କମିଟିର ପୁନର୍ଗଠନ

ଝାରସୁଗୁଡା ୧୪/୯ (ଓଡ଼ିଶା ନ୍ୟୁଜ) ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଜାମଗାଁ ଆଞ୍ଚଳିକ ହାଇସ୍କୁଲ ପରିଚାଳନା କମିଟିର ପୁନର୍ଗଠନ ପାଇଁ ଏକ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ ପଧାନ ସଭାପତିତ୍ୱ କରିଥିଲେ । ଜାମଗାଁ ଆଞ୍ଚଳିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇ ପରିଚାଳନା କମିଟି ପୁନର୍ଗଠନ ର ନୀତି ନିୟମ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କ ବିଚାର ବିମର୍ଶ ପରେ ଜମି ଅନୁଦାତା ଟୀକାରାମ ପଧାନ, ଅଭିଭାବକ ସଭ୍ୟ ଭାବେ ବିରାଟ ପଧାନ ଓ ହେମସାଗର ମୁଣ୍ଡା, ମହିଳା ସଭ୍ୟ ରୂପେ ଅମୃତ ଗଢ଼ୁଆଲ, ଶିକ୍ଷାବିଦ ସଭ୍ୟ ଭାବେ ମହେନ୍ଦ୍ର କୁମାର ସାଏ ଓ ରମଣୀ ରଞ୍ଜନ ପଧାନଙ୍କୁ ମନୋନୀତ କରା ଯାଇଥିଲା । ସେହିପରି ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ, ସମିତି ସଭ୍ୟା ନିଲିମା ଭୁଏ, ହାଇସ୍କୁଲର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇ ଓ ଜଣେ ଶିକ୍ଷକ ପ୍ରତିନିଧି ଏପରି ୧୦ ଜଣଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରା ଯାଇଥିଲା । ଶେଷରେ ସହକାରୀ ଶିକ୍ଷକ ଅଶ୍ୱିନୀ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଗୋପୀନାଥ ସାଏ, ଲମ୍ବୋଦର ବଢ଼େଇ, ରମଣୀ ରଞ୍ଜନ ପଧାନ, ମହେନ୍ଦ୍ର କୁମାର ସାଏ, ଟିକାରାମ ପଧାନ, ବିରାଟ ପଧାନ, ଡମ୍ବରୁଧର ପଧାନ, ରଞ୍ଜନ ସାଏ, ହେମସାଗର ମୁଣ୍ଡା, ଅମୃତ ଗଢୁଆଲ, ଧନଞ୍ଜୟ ପଧାନ, ଅକ୍ଷୟ ପଧାନ, ଚନ୍ଦ୍ରମଣି ପଧାନ, ନରେନ୍ଦ୍ର ପଧାନ, ପ୍ରମୋଦ ଗଡତିଆ,କରୁଣାକର ବାରିକ, ଯତୀନ୍ଦ୍ର ବାରିକ, ଯୋଗେଶ୍ୱର ପଧାନ, ସୁଶାନ୍ତ ବାରିକ,ହରିଶ୍ଚନ୍ଦ୍ର ମହାନନ୍ଦ ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ,କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

More Stories