Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ଉପ କାରାଗାର କର୍ମଚାରୀ 5 ଦଫା ଦାବୀ ନେଇ କଳା ବ୍ୟାଚ ପରିଧାନ, ଦାବୀ ପୁରଣ ନହେଲେ ଆଗକୁ ଧାରଣା l

କଳାହାଣ୍ଡି, ୧୪/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ କାରାଗାର କର୍ମଚାରୀ ସଂଘ ୫ ଦଫା ଦାବୀ ନେଇ ଅଧିକ୍ଷକ ଉପକାରାଗାର ଧର୍ମଗଡ଼ଙ୍କ ଜରିଆରେ ସରକାର ଙ୍କୁ ଦାବୀ ଜଣାଇଛନ୍ତି l ଚଳିତ ମାସ 13 ତାରିଖ ରୁ 24 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ନିଜ ନିଜ କାର୍ଯ୍ୟ ତୁଲାଇବୁ ଏହି ସମୟ ମଧ୍ୟରେ ଯଦି ଦାବୀ ପୂରଣ ନହୁଏ ତେବେ ଆସନ୍ତା 25 ତାରିଖରୁ ଉପକାରାଗାର ସମ୍ମୁଖରେ କିଛି ନଖାଇ ଧାରଣା ଦେବାପାଇଁ ଲିଖିତ ଜଣାଇଛନ୍ତି l କାରା କର୍ମଚାରୀ ଙ୍କ 5ଦଫା ଦାବି ଗୁଡିକ ହେଲା ମଧ୍ୟରେ କାରରକ୍ଷୀ ଙ୍କ ଗ୍ରେଡ଼ ପେ ୧୯୦୦ ରୁ ୨୦୦୦, ଏବଂ ମୁଖ୍ୟ୍ କାରାରକ୍ଷୀ ଙ୍କ ୨୦୦୦ ରୁ ୨୪୦୦ କୁ ବୃଦ୍ଧି, କାରାରକ୍ଷୀ ରୁ ମୁଖ୍ୟ କାରାରକ୍ଷୀ ପଦବୀ ପୂରଣ ପାଇଁ ପୁରୁଣା ପଦନତି ନିୟମ ୨୦୧୨ କୁ ଲାଗୁ କରାଯାଉ,ଉପ ଖଣ୍ଡ ସ୍ତର କୁ ବଦଳୀ ନିୟମ କୋହଳ, ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି ଓ ନୂତନ ବେତନ କମିଶନ 2017 ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି ଆଦି ଦାବୀ ରହିଛି l ନିଖିଳ ଓଡିଶା କାରା କର୍ମଚାରୀ ସଂଘ, କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ଏହି ପ୍ରତିବାଦ ଚାଲିଥିବା ବେଳେ ଆଗକୁ ଦାବୀ ପୂରଣ ନହେଲେ 25 ତାରିଖ ରୁ ଧାରଣା ଦେବୁ ବୋଲି ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ