Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଇନ୍ଦ୍ରଧନୁ ସଚେତନତା ରଥ ଉଦଘାଟିତ

କଳାହାଣ୍ଡି,୧୪/୦୯-କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ସଚେତନତା ରଥ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଧର୍ମଗଡ଼ ବ୍ଲକ ପର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ଗୌରାଙ୍ଗଚରଣ ଗିରି ସବୁଜ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ରଥ ନିର୍ଦ୍ଧାରିତ ଯୋଜନା କରାଯାଇଥିବା ଅଞ୍ଚଳରେ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ବ୍ୟବସ୍ଥା ରହିଛି। ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସଚେତନତା ରଥ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଡ. ଓକିଲ ରାମ ବେହେରା, ଡ. ଉମାକାନ୍ତ ଶବର, ଡ. ଅନମୋଲ ଅଗ୍ରୱାଲଙ୍କ ସମେତ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ବେହେରା, ନର୍ସିଂ ଅଧିକାରୀ-ନୀଳମଣି ମେହେର, ନନ୍ଦ କିଶୋର ସୋରି, ଯଶୋବନ୍ତ ସୁନାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।