Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାଷ ଜମିରେ ପାଣି ମଡେଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଗୋଟିଏ ପରିବାରର ବାପ ମୃତ ଓ ପୁଅ ଗୁରୁତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗ୍ରାମରେ ଜମି କୁ ପାଣି ମଡାଇବା କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି କ୍ରମେ ଘଟଣା ଟି ଉଗ୍ରରୂପ ନେଇ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଗ୍ରାମର ରଞ୍ଜିତ ସାହୁ ଓ ରଞ୍ଜନ ସାହୁ ଉତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ର ରେ ଅନ୍ୟ ପରିବାରର ଦୁଇ ବାପା ପୁଅଙ୍କୁ ଆକ୍ରମଣ କରିଥିଲେ । ଏଥିରେ ବାପା ବାସୁଦେବ ସାହୁ (୭୫ ) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ସୁରେନ୍ଦ୍ର ସାହୁ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ଓ ପରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବଚସା ଲାଗି ରହିଥିବାବେଳେ ଆଜି ପୁଣି ଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉଭୟ ସାହୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ରଞ୍ଜିତ ଓ ରଞ୍ଜନକୁ ଅଟକ ରଖିଥିବା ବେଳେ ସୁବଳୟା ଥାନାରେ କେ. ନ . ୧୫୨, ୩୦୨ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।