Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜନୀତି ବିଜ୍ଞାନ ବିଭାଗର ସ୍ଵାଗତ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ ରଖିଲେ କଠୋର ପରିଶ୍ରମ ସଫଳତାର ଶ୍ରେଷ୍ଠ ମନ୍ତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ରାଜନିତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିଗଣ ଯୋଗଦେଇ ଛାତ୍ର ଜୀବନ ଭୋଗ ବିଳାସ ପାଇଁ ନୁହେଁ , ବରଂ ଏହା କଠୋର ପରିଶ୍ରମ ପାଇଁ ଉଦ୍ଧିଷ୍ଟ । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ କଠୋର ପରିଶ୍ରମ କଲେ ଛାତ୍ରଛାତ୍ରୀ ମାନେ ନିଶ୍ଚୟ ସଫଳତା ପାଇବେ । କେବଳ ଶୃଙ୍ଖଳିତ ଛାତ୍ରଛାତ୍ରୀ ମାନେ ଆଗାମୀ ଭାରତର ନେତୃତ୍ଵ ନେବେ ବୋଲି ଉକ୍ତ ଉତ୍ସବର ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଉକ୍ତ ଉତ୍ସବରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଶିବ କୁମାର ପୁରୋହିତ , ଅଧ୍ୟାପକ ନରେନ୍ଦ୍ର ଝା ଓ ଅଧ୍ୟାପକ ସ୍ମୃତିରଞ୍ଜନ ଭାରସାଗର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମତବ୍ଯକ୍ତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ପୁରୋହିତ , ଅଧ୍ୟାପକ ପ୍ରଭାତ ପୁରୋହିତ , ଅଧ୍ୟାପିକା ଯାମିନୀ ଦାଶ , ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥଲେ I ବିଭାଗୀୟ ମୁଖ୍ୟ କୁଞ୍ଜବନ ମେହେର ସଭାପତିତ୍ୱ କରିଥିବା ବେଳେ ଶେଷବର୍ଷର ଛାତ୍ରୀ ଝରଣାରାଣୀ ମିଶ୍ର ସଭା ସଂଯୋଜନା କରିଥିଲେ I ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କାଜଲ ମେହେର , ପ୍ରଜ୍ଞା ସାଥୁଆ , ରାଣୀ ମେହେର , ପୂଜାରାଣୀ କର୍ଣ୍ଣ , ଗିରିଜା ଶଙ୍କର ପଧାନ , ବବଲୁ ମେହେର ଓ ଶ୍ରୀନିବାସ ଆଠଜୁଆଳି ପ୍ରମୁଖ ମନ୍ତବ୍ୟ ରଖିଥିବାବେଳେ ଦ୍ଵିତୀୟ ବର୍ଷରୁ ବିୟୁଟି ସାହୁ ଓ କ୍ଷୀରୋଦ ଦନ୍ତା , ଶେଷ ବର୍ଷରୁ ମିଳନ ଜଗଦଲା , ବଳରାମ ମହାକୁର ପ୍ରମୁଖ ସ୍ୱାଗତ ଜଣାଇଥିଲେ I ସଭାର ଆଦ୍ୟ ପର୍ବରେ ଅଭିଜିତ ଚାନ୍ଦ ଗାୟତ୍ରୀ ମନ୍ତ୍ର ପାଠ କରିଥିବା ବେଳେ ବିଭାଗର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ I ଶେଷରେ ଛାତ୍ରୀ ବିୟୁଟି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I