Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁଲନ୍ତା ଅବସ୍ଥାରେ ଶାଗୁଆନ ଗଛ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ଘଟଣା

କଳାହାଣ୍ଡି, ୧୪/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ଥାନାରେ ଖାଇଚୁଆ ଗ୍ରାମରେ ଗତ 8 ତାରିଖ ଦିନ ଯୋଗେନ୍ଦ୍ର ବାଗ 60 ବର୍ଷ ନାମକ ଜୈନିକ ବ୍ୟକ୍ତି ଙ୍କ ମୃତ ଦେହ ନିକଟରେ ଥିବା ଏକ ଶାଗୁଆନ ଗଛ ରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ନର୍ଲା ପୋଲିସ କୁ ସୂଚନା ଦେଇଥିଲେ। ଘଟଣା କୁ ନେଇ ମୃତକ ଙ୍କ ସ୍ତ୍ରୀ ଗୋମତୀ ବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପାରିପାର୍ଶିକ ସ୍ଥିତିରୁ ପୋଲିସ କୁ ଘଟଣା ଟି ହତ୍ୟା ହୋଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରୁ ଜଣାପଡ଼ିଲା ଯେ, ମୃତ ବ୍ୟକ୍ତି ଙ୍କ ପୁତୁରା ଚକାମନ ବାଗ 27 ବର୍ଷୀୟ ଯୁବକ ଏବଂ ଗୌତମ ତାଣ୍ଡି 47 ବର୍ଷୀୟ ବ୍ୟକ୍ତି ଦୁଇ ଜଣ ମିଶି ଦୁଇଟି ଶକ୍ତ ବାଡ଼ି ସାହାଯ୍ୟରେ ବୃଦ୍ଧ ଙ୍କୁ ମୁଣ୍ଡ ପଛ ପଟେ ବାଡେଇ ହତ୍ୟା କରିଥିଲେ ଏବଂ ଆତ୍ମହତ୍ୟା ର ରୂପ ଦେବାପାଇଁ ବୃଦ୍ଧ ଙ୍କ ମୃତ ଦେହ କୁ ଶାଗୁଆନ ଗଛ ରେ ଝୁଲାଇ ଥିଲେ। ଏବଂ ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଚକାମନ ବାଗ ଫେରାର ହୋଇଥିଲା । ପୋଲିସ୍ ମୁଖ୍ୟ ଅଭିଯୁକ୍ତ ସହଯୋଗୀ ର ସୁରାକ ପାଇ ଅଭିଯୁକ୍ତ ଗୌତମ ତାଣ୍ଡି ଙ୍କୁ ଗିରଫ ପ୍ରଥମେ କୋର୍ଟ ଚାଲାଣ କରିଥିଲା ଗତ ବୁଧବାର ଦିନ ମୁଖ୍ୟ ଅଭିଯୁକ୍ତ ଚକା ମନ ବାଗ ଙ୍କୁ ଗିରଫ କରି ଆଜି ଗୁରୁବାର ଦିନ 12 ଘଣ୍ଟା ସମୟରେ କେସିଙ୍ଗା ଏସ୍,ଡି, ପି, ଓ ଶ୍ରୀଯୁକ୍ତ ବର୍ମା ନର୍ଲା ଡି,ଏସ, ପି ଏବଂ ଥାନା ଅଧିକାରୀ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀ ଜରୀଆରେ ସୁଚନା ଦେଇଥିଲେ ଏବଂ ମୂଖ୍ୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ