Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

କଳାହାଣ୍ଡି,୧୪/୦୯-କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ହିନ୍ଦୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ହିନ୍ଦୀ ଦିବସର ମହତ୍ତ୍ଵ ସମ୍ପର୍କରେ ଧାରଣା ଦେଇଥିଲେ । ସେ ଚଳିତ ଶିକ୍ଷାବର୍ଷରେ ନୂତନ ଭାବେ ଖୋଲିଥିବା ହିନ୍ଦୀ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ନୂଆପଡ଼ାରୁ ଅତିଥି ଏବଂ କବି ରମେଶ ଶର୍ମା, କବି ସନ୍ଦୀପ ଚନ୍ଦ୍ରକାର, କବି ଅବଦୁଲ ମଜିଦ୍ ପାୟାମୀ , କବି ନାହିଦା ସାହିନ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ଅତିଥି ଭାବରେ ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ମେଜର ଜୟଦେବ ସାହୁ, ଡ. କୈଳାସ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଭୂଗୋଳ ବିଭାଗର ସହକାରୀ ଅଧ୍ୟାପିକା ରୋଜ ମେରୀ ଏକ୍କା ପରିଚାଳନା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ. ଅଜୟ କୁମାର ମିଶ୍ର, ହର୍ଜିତ ସିଂହ, ଡ. ରାଜକିଶୋର ମାହାନା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।