Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଦାବୀନେଇ ଶିକ୍ଷକ ସଂଘର ଧାରଣା

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : ରାଜ୍ୟ ଶିକ୍ଷକ ଫେଡେରେସନର ଆହ୍ଵାନ କ୍ରମେ ଶିକ୍ଷକ ଧାରଣା ଦ୍ଵିତୀୟ ଦିନରେ ପହଂଚିଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ବିଭିନ୍ନ ସ୍ଲୋଗାନ ଦେଇ ନିଜ ଦାବୀ ସରକାରଙ୍କୁ ଜଣାଇ ଛନ୍ତି । ସାମୁହିକ ଛୁଟି ନେଇ ସଦର ବ୍ଲକ୍ ଭବାନୀପାଟଣା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଓ ସମ୍ପାଦକଙ୍କ ଅହ୍ବାନକ୍ରମେ ପ୍ରାୟ ୨୦୦ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରା ଧାରଣା ଦେଇଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଫଳରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହୋଇଛି । ସରକାର ଶିକ୍ଷକ ମାନଙ୍କ ଦାବୀ ପୂରଣ ନ କରିବା ଯାଏଁ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ