Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ମୋ ଦେଶ ମୋ ମାଟି ପାଇଁ ଗାଁ ଗାଁ ବୁଲି ମାଟି ସଂଗ୍ରହ କରି ସଚେତନତା ରଥ ବୁଲାଇବ ଭା ଜ ପା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଳ ସେଚନ ବିଭାଗ ଡାକ ବଙ୍ଗଳା ରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ମଣ୍ଡଳ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ପଧାନ ଙ୍କ ପୌରୋହୀତ୍ୟରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ୨୨ତାରିଖ ରୁ ଦୁଇ ଦିନ ଧରି ବୀରମହାରାଜପୁର ମଣ୍ଡଳ ର ବିଭିନ୍ନ ଗ୍ରାମକୁ ଯାଇ ମାଟି ସଂଗ୍ରହ ସହିତ ଏକ ସଚେତନତା ରଥ ବୁଲିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ପ୍ରଥମ ଦିନରେ ମୋ ଦେଶ ମୋ ମାଟି ସଚେତନତା ରଥ ରଥପୁର ଗ୍ରାମରୁ ବାହାରି ଟିଠିପାଲି , କମଲପୁର , କେନ୍ଦୁପାଲି , ଖମ୍ବେଶ୍ଵରୀପାଲି , ଦେଉଳମୁଣ୍ଡା , ହନୁମାନପାଲି , ଟାଙ୍ଗରସାହି , ଉଫୁଲା , ଲାତୁରପେଟ , ମେଣ୍ଡାମାଳ , ପଥରଘାଟ , ହିଲୁଙ୍ଗ , ବାଘମାରି ଦେଇ ବୀରମହାରାଜପୁର ରେ ପହଞ୍ଚିବ । ଦ୍ଵିତୀୟ ଦିନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ବାହାରି ଝାରକୁମୁଣ୍ଡା , ଚମ୍ପାପୁର , ଚମ୍ପାମାଳ , କୃଷ୍ଣପାଲି , ଷଣ୍ଢା , ବାଗବର , ନୂଆଁଗଡ , ଜଟେସିଂହା , ଡୁମୁରି , ଖମାର , ମୁର୍ଷୁଣ୍ଢି , ଗୋପପାଲି , କର୍ଡ଼ାପାଲ , ମାଣିକପୁର ଦେଇ ଯିବ। ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ଆନନ୍ଦ ବାରିକ , ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାସ , ମଣ୍ଡଳ ଉପ ସଭାପତି ଭୋଲା ଶଙ୍କର ବାଘ , ସୁମନ୍ତ ଜଗଦଲା , ରାଧା ଚରଣ ମେହେର , ପଙ୍କଜ ନାଏକ , ଶୁକଚରଣ ଭୋଇ , ସେନାପତି ଭୋଇ , ସୁରୁବାବୁ ପଧାନ , ସାରଙ୍ଗ ପଧାନ , ସତ୍ୟମୋହନ ବେଦପାଣି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।