Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରିଷ୍ଠ ନାଗରିକ ଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି

ବୀରମହାରାଜପୁର : ବରିଷ୍ଠ ନାଗରିକମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହୋଇଛି । ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନାରେ ସମାଜର ବରିଷ୍ଠ ନାଗରିକଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ଏକ ବୈଠକ ବସି ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର କରାଯାଇଥିଲା । ବୈଠକରେ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ରାଜ୍ୟରେ ଏହି ସୁବିଧା ଦୀର୍ଘ ଦିନରୁ ଲାଗୁ ହୋଇଥିବା ଏବଂ ସୁପ୍ରିମକୋର୍ଟ ମଧ୍ୟ ଏଥିପାଇଁ ସରକାରଙ୍କୁ ପରାମର୍ଶ ଦେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଏ ନେଇ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଙ୍ଘର ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ନାଗରିକଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ପ୍ରେରଣ କରାଯାଇଥିବା ଜଣାପଡ଼ିଛି ।