Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଦ୍ଵିତୀୟ କ୍ରୀଡା ପରିଷଦ ବୈଠକ

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଦ୍ଵିତୀୟ କ୍ରୀଡା ପରିଷଦ ବୈଠକ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ର ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଓ ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ। କ୍ରୀଡା ପରିଷଦ ର ଅଧ୍ୟକ୍ଷ ଡକ୍ଟର ଘନଶ୍ୟାମ ବେହେରା ସ୍ବାଗତ ଭାଷଣ ଦେଇ କ୍ରୀଡାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତେ କାର୍ଯ କରିବାକୁ ଅନୁରୋଧ କରିଥିଲେ। ଖରିଆର୍ ସ୍ଵୟଂଶାସିତ ମହବିଦ୍ୟାଳୟର ଶାରୀରିକ ଶିକ୍ଷକ ଡକ୍ଟର ସରୋଜ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ ପୂର୍ବକ କ୍ରୀଡା ପରିଷଦର ବିଭିନ୍ନ କାର୍ଯକ୍ରମ ସମ୍ପର୍କରେ ଅବଗତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା କ୍ରୀଡା ପରିଷଦର ସମ୍ବିଧାନକୁ ଉନ୍ମୋଚନ କରାଯାଇଥିଲା। କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ କ୍ରୀଡା ପରିଷଦର କାର୍ଯ କୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ କିଭଳି ରାଜ୍ୟ ଓ ଦେଶରେ ସୁନାମ କରିବେ ସେଥି ପାଇଁ ପଦକ୍ଷେପ ନେବା ପାଇଁ କହିଥିଲେ। ଉପଧ୍ୟୁତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ନିବେଦିତା ନାଥ ଓ ରେଜିଷ୍ଟ୍ରାର ଶ୍ରୀ ପିତାମ୍ବର ଭୋଇ ଅଭିଭାଷଣ ରଖିଥିଲେ। ମଞ୍ଚରେ ଅନ୍ୟ ମାନଙ୍କ ମଧ୍ୟରେ ବିତ୍ତ ନିୟନ୍ତ୍ରକ ଶ୍ରୀ ସୁରେଶ ପିଡ଼ିଶିକା, ମେଜର ଡକ୍ଟର ଜୟଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ସଞ୍ଜୀବ କୁମାର ସାହୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ