Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ – ଜଉରାଭଉରl ରାସ୍ତାରେ ଏକ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ 27 ହଜାର 3 ଶହ ଟଙ୍କା ଲୁଟି ନେଇଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି I ପ୍ରକାଶ ଯେ ଭାରତ ଫାଇନାନ୍ସ ର କର୍ମଚାରୀ ସୀତାରାମ ଖମାରି ଗୁରୁବାର ରାତି ପ୍ରାୟ 8 ଘଣ୍ଟା ସମୟରେ ଯଉରl ଭଉରl ଗ୍ରାମରୁ ଟଙ୍କା ସଂଗ୍ରହ କରି ଏକ ବାଇକ ରେ ଫେରୁଥିଲେ I ଠିକ ସେହି ସମୟରେ ଯଉରl ଭଉରା – ଅଇଲା ଛାଟ ରାସ୍ତାରେ ଏକ ନୀଳ ରଙ୍ଗର ଅପlଚୀ ବାଇକ ଯୋଗେ ତିନି ଜଣ ଦୁର୍ବୃତ୍ତ ଆସି ସୀତାରାମ କୁ ଅଟକାଇ ଭୟଭୀତ କରିଥିଲେ l ତାଙ୍କ ଠାରୁ ବାଇକ ଚାବି ଛଡେଇ ନେଇ ଗାଡି ଡିକି ରୁ 25 ହଜାର 3 ଶହ ଟଙ୍କା , ତାଙ୍କ ମୋବାଇଲ ଫୋନ ସହିତ ପକେଟ ଥିବା ଦୁଇ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି l ଏ ସଂକ୍ରାନ୍ତରେ ଖବର ପାଇ ପୋଲିସ ତନାଘନା ତଦନ୍ତ ଚଳାଇଛି I