ବୀରମହାରାଜପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବୀରମହାରାଜପୁର କଲେଜ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଏସିଡ ପୀଡ଼ିତାଙ୍କ ପାଇଁ କ୍ଷତିପୂରଣ ଯୋଜନା 2016 ଏବଂ ତତସଂପର୍କିତ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ I କମିଟି ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସରୋଜିନୀ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ I ସ୍ଥାନୀୟ ଏସ୍ ଡି ଜେ ଏମ୍ ରାଜଶ୍ରୀ ପଟ୍ଟନାୟକ , ଆଇନଜିବୀ ସନ୍ତୋଷ କୁମାର ଚାନ୍ଦ , ଯତୀନ ପାଣିଗ୍ରାହୀ , କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ I ବିଚାର ବିଭାଗୀୟ କର୍ମଚାରୀ ସଞ୍ଜୀବ କୁମାର ବାରିକ , ରାଜେଶ ବଢେଇ , ରବି ଅମାତ, ଜିତେନ୍ଦ୍ର ବେହେରା , ସୁଦାମ ଚରଣ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ I