Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

କଳାହାଣ୍ଡି, ୧୬/୦୯ : କଳାହାଣ୍ଡି ଜିଲ୍ଲା ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା ମାନେ ଆଠ ଦଫା ଦାବି ପତ୍ର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ପ୍ରଦାନ କରିଥିଲେ।
ଏହି ଆଠ ଦଫା ମାନଙ୍କ ମଧ୍ୟରୁ ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ଶିକ୍ଷା ବିଭାଗ ର କର୍ମୀ ଭାବେ ଘୋଷଣା କରାଯାଉ, ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ବର୍ଷକୁ୧୦ମାସ ପରିବର୍ତ୍ତେ ୧୨ମାସର ଦରମା ଦିଆଯାଉ,ମଧ୍ୟାନ୍ନ ଭୋଜନ ଯୋଜନାକୁ ଘରୋଇ କରଣ ବନ୍ଦ କରାଯାଉ ଏଭଳି ଆଠ ଦଫା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସଂଘ ସାଧାରଣ ସମ୍ପାଦିକା ଦେବକୀ ଶବର, ଥୁଆମୁଳ ରାମପୁର ବ୍ଲକ ପ୍ରତିନିଧି ସୌଦାମିନୀ ନାଏକ,କଲମ ପୁର ବ୍ଲକ ପ୍ରତିନିଧି ରସିକ ମାଝୀ, ଜୁନାଗଡ଼ ବ୍ଲକ ପ୍ରତିନିଧି ଗୁଣ୍ଡିଚା ଭାଟି, ଭବାନୀପାଟଣା ଟାଉନ ପ୍ରତିନିଧି ଅମ୍ବିକା ମାଝୀ, ସଦର ବ୍ଲକ ପ୍ରତିନିଧି ସୁଶୀଲା ଗଉଡ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ