Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେରେନ୍ସ ଓ ପାଟନର ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି, ୧୬/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବଡ଼ଫୁଣ୍ଡା ଗ୍ରାମର ଏସଟି ଏସସି ସରକାରୀ ଆଶ୍ରମ ଓ ସ୍କୁଲ ପକ୍ଷରୁ ସ୍କୁଲ ପ୍ରଧାନ ଶିକ୍ଷକ କୈଳାଶ ବାଗଙ୍କ ସଭାପତିତ୍ବରେ
ଶିକ୍ଷକ ଓ ଅଭିଭାବକ ସହ ଭାଗିତା
(ପେରେନ୍ସ ଓ ପାଟ୍ ନର) ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଭବାନୀପାଟଣା ଆଇ.ଟି.ଡି.ଏ. ଅଫିସର ନନ୍ଦ କିଶୋର ତାଣ୍ଡି, ମୂଖ୍ୟ ବକ୍ତା ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଛଳନା ଚଣ୍ଡି। ସମ୍ମାନୀତ ଅତିଥି ସ୍କୁଲ ପରିଚାଳନା କମିଟି ସଭାପତି ଖିରଶିନ୍ଦୁ ନେଗୀ, ସମାଜ ସେବୀ କରୁଣା ଚଣ୍ଡି ମଞ୍ଚଶୀନ ଥିବା ବେଳେ ମଞ୍ଚାକୁ ସହ ଶିକ୍ଷକ ଶାନ୍ତନୁ କୁମାର ଶଗଡ଼ିଆ ପରିଚାଳନା କରୁଥିବା ବେଳେ କଷିଷ୍ଟ ଶିକ୍ଷକ ଲିଙ୍ଗରାଜ ମେହେର, ସହ କାରୀ ଶିକ୍ଷକ ବଟ କୃଷ୍ଣ ପ୍ରଧାନ, କନିଷ୍ଟ ଶିକ୍ଷକ ଲୋପାମୁଦ୍ରା ମହାନ୍ତି ସହଯୋଗ କରୁଥିଲେ। ଉକ୍ତ ସମ୍ମୀଳନୀରେ ବହୁ ସଂଖ୍ୟାରେ ଅଭିଭାବକ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉକ୍ତ ସଭସ୍ଥଳ ରେ ମାଣ୍ଡିଆ , କଶଲା, ଓ ବିରି ଡାଲି ଜାତୀୟ ଦ୍ରବ୍ୟ ଶୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଷ୍ଟଲ୍ ଲଗାଇ ପ୍ରଦର୍ଶନ କରି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ