Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ଵାମୀ ନିଖୋଜ ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଂଚଳରୁ ସ୍ୱାମୀ ନିଖୋଜ ଥିବା ଅଭିଯୋଗ ନେଇ ତାଙ୍କ ସ୍ତ୍ରୀ’ ଶନିବାର ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ଭୋଇ ଗତ ୧୪ ତାରିଖ ସକାଳୁ କୌଣସି ଏକ କାମରେ ଉଲୁଣ୍ଡା ଥାନା ଅନ୍ତର୍ଗତ କୁଦପାଲି ଗ୍ରାମକୁ ଯାଉଛି କହି ଘରୁ ବାହାରିଥିଲେ । ମାତ୍ର ୧୫ ତାରିଖ ଅପରାହ୍ନ ସୁଦ୍ଧା ଘରକୁ ଫେରିନଥିବା ବେଳେ କୁଦପାଲି ଗ୍ରାମର ଜଣେ ସମ୍ପର୍କିୟ ମହିଳା କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ’ ଶୌର ଭୋଇଙ୍କୁ ଫୋନ କରି କୃଷ୍ଣଚନ୍ଦ୍ରଙ୍କ ଫୋନ ବନ୍ଦ ଥିବା ଏବଂ ତାଙ୍କର କୌଣସି ସନ୍ଧାନ ମିଳୁନଥିବା ଜଣାଇଥିଲେ । ପରେ ଶ୍ରୀମତୀ ଶୌର କୁଦପାଲି ଅଂଚଳକୁ ଆସି ସ୍ଥାନୀୟ କିଛି ଲୋକଙ୍କୁ ତାଙ୍କ ସ୍ୱାମୀ ବିଷୟରେ ବୁଝାବୁଝି କରିଥିଲେ । ଫଳରେ କୁଦପାଲି ନିକଟରେ ତାଙ୍କ ସ୍ୱାମୀଙ୍କ ଠାରୁ କିଛି ଦୁର୍ବୃତ ଲୁଟପାଟ କରିବା ସହ ହତ୍ୟା କରିବା ପାଇଁ ରାସ୍ତାରେ ଦୌଡାଉଥିବା ଜାଣିବାକୁ ପାଇଥିଲେ । ଅନ୍ୟପଟେ କୃଷ୍ଣଚନ୍ଦ୍ରଙ୍କ ମୋବାଇଲ ଶନିବାର ସନ୍ଧ୍ୟା ସୁଦ୍ଧା ବନ୍ଦ ଥିବା ବେଳେ ପରିବାର ଲୋକଙ୍କ ସହ କୌଣସି ସମ୍ପର୍କ ହୋଇନଥିବା ଜଣାପଡିଛି । ଫଳରେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ’ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀ ନିଖୋଜ ଥିବା ସହ ତାଙ୍କୁ ହତ୍ୟା ଉଦ୍ୟମ ପାଇଁ ଗୋଡାଉଥିବା ନିର୍ଦ୍ଦିଷ୍ଠ କିଛି ବ୍ୟକ୍ତି ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପରିବାର ଲୋକ ହତ୍ୟା କରିଥିବା ସନ୍ଦେହ କରୁଥିବା ବେଳେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି । ଉଲୁଣ୍ଡା ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ କରି ନାହିଁ । ଏନେଇ ଉଲୁଣ୍ଡା ଆଇଆଇସି ପଂଚାନନ ନାୟକଙ୍କୁ ପଚାରିବାରୁ ସଂପୃକ୍ତ ବ୍ୟକ୍ତି ବରେଇପାଲି ଥାନା ଅଂଚଳର ହୋଇଥିବାରୁ ଉକ୍ତ ଥାନାରେ ଅଭିଯୋଗ କରିବାକୁ ପରିବାର ଲୋକଙ୍କୁ ପରାମର୍ଶ କରାଯାଇଛି ଏବଂ ମହିଳାଙ୍କ ଅଭିଯୋଗ ଅନୁଯାୟୀ କୌଣସି ସନ୍ଧାନ ମିଳିନଥିବା ପ୍ରକାଶ କରିଛନ୍ତି । ତେବେ ପୁଲିସ ଘଟଣାକୁ ଅତି ହାଲୁକା ଭାବେ ନେଉଥିବା ବେଳେ ଅଭିଯୋଗ ପଛର ବାସ୍ତବତାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି ।