Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ ବିଶ୍ବକର୍ମା ପୂଜା ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି । ବୀରମହାରାଜପୁର ବିଶ୍ଵକର୍ମା ଟ୍ୟାକ୍ସି ଚାଳକ ସଂଘ କାର୍ଯ୍ୟାଳୟ ଠାରେ ରିତିନୀତି ଅନୁସାରେ ବାବା ବିଶ୍ଵକର୍ମା ଙ୍କ ପୂଜା ପାଳିତ ହୋଇଛି । ଏଥିରେ ପଣ୍ଡିତ ସୁଶାନ୍ତ କୁମାର ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ କୃଷ୍ଣ ଚନ୍ଦ୍ର ପଣ୍ଡା କର୍ତ୍ତା ଦାଇତ୍ୱ ତୁଲାଇଥିଲେ । ପୂଜା ରେ ସଂଘର ସମସ୍ତ କର୍ମକର୍ତ୍ତା ଓ ଗାଡି ଚାଳକ ମାନେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ସେହିପରି ସ୍ଥାନୀୟ ବସ ମାଲିକ ସଂଘ , ବିଦ୍ୟୁତ କାର୍ଯ୍ୟାଳୟ , ରାଜମିସ୍ତ୍ରୀ ସଂଘ , ବିଭିନ୍ନ ଗାଡି ଗେରଜ , ସୁବଳୟା ବିଦ୍ୟୁତ କାର୍ଯ୍ୟାଳୟ , ଉଲୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ , ସିଣ୍ଢୋଲ , ଜାଲୋ ଏ , ଠେଙ୍ଗୋ ଡ୍ୟାମ୍ , ଚଡେଇ ପଙ୍କ , ପୂର୍ଣ୍ଣମାସୀ ଗାଡ଼ି ଚାଳକ ସଂଘ , ଜଟେସିଂହା ଟ୍ରାକ୍ଟର ଚାଳକ ସଂଘ , ଖଣ୍ଡହତା ଗାଡ଼ି ଚାଳକ ସଂଘ , ମୃର୍ଷୁଣ୍ଢୀ ଗାଡି ଚାଳକ ସଂଘ ସହ ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ହୋଇଥିବା ଜଣାଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି। ରବିବାର ସକାଳୁ ବିଭିନ୍ନ ଗାଡି, ମଟର ମାଲିକ ମାନେ ନିଜ ନିଜର ଯାନ ଗୁଡିକୁ ସଫା ସୁତୁରା କରି ବିଶ୍ଵକର୍ମାଙ୍କ ଆରାଧନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ