Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଗଡ଼ କୁ ଜିଲ୍ଲା ଦାବିରେ ୨୦ ଦିନ ରେ ପହଞ୍ଚିଲା ; ସମର୍ଥନରେ ବରିଷ୍ଠ ସଂଘ

କଳାହାଣ୍ଡି, ୧୮/୦୯ : ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବି ତେଜିଵାରେ ଲାଗିଛି। ଉପଖଣ୍ଡ କୁ ଜିଲ୍ଲା ଘୋଷଣା ନେଇ ବରିଷ୍ଠ ନାଗରିକ ସଂଘ ସଭାପତି ହିମାଂଶୁ ଶେଖର ମୁଣ୍ଡ ଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ସଂଘର ବିଘ୍ନ ରାଜ ପାଟଯୋଷୀ ଗୁଣନିଧି ମାଝୀ ସୁନିଳ କୁମାର ପାତ୍ର କେଦାର ନାଥ ପୁଝାରୀ ଲଵରାମ ସରାଫ କବିରାଜ ଦୁର୍ଗା ଜଗବନ୍ଧୁ ମିଶ୍ର ଶଙ୍କର ଅଗ୍ରୱାଲ ପଞ୍ଚାନନ ଜାଲ ଧରଣୀଧର ଧଙ୍ଗଡା ମାଝୀ ଚିତ୍ତରଞ୍ଜନ ପଣ୍ଡା ଧନୁରଧର ଦାସ ଫୁଲେଶ୍ଵର ସେନାପତି ପ୍ରମୁଖ ସଦସ୍ୟ ମାନେ ଧର୍ମଗତ ସହାୟକ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ଗଣଧାରଣା ରେ ବସି ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ପ୍ରସଙ୍ଗ କୁ ଦେହଲାଇଥିଲେ। ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା କୁ ଦାବି କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ଲେହରା ସମାଜ ପକ୍ଷରୁ ଜିଲ୍ଲା ଦାବି ନେଇ ଚନ୍ଦ୍ର ପରାଭୋଏ ଜିଲ୍ଲା ସଭାପତି କଳମପୁ ବିରଞ୍ଚି ଭୋଇ ସମ୍ପାଦକ ଜୟପାଟଣା ଆମଯେର ଯେଗିନ୍ଦ୍ର ମୁଣ୍ଡା ଜୁନାଗଡ଼ ସଭାପତି ଲୋକ ପରାଭୋଏ କୋକସରା ଜୟ ରାମ ପରାଭୋଏ କଳମପୁର ନିରନ ପରାଭୋଏ ଜୟପାଟଣା କାମ ପରାଭୋଏ ହରିଶଙ୍କର ପରାଭୋଏ ରାମ ଦାସ ପରାଭୋଏ ଶରତ ପରାଭୋଏ ଜୁନାଗଡ଼ ମନୋଜ ପରାଭୋଏ ଧାରଣା ରେ ବସି ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କରିଥିଲେ
ଏହି ଅବସରରେ କ୍ରିୟାନୁଷ୍ଠାନ କମିଟି ସଂଯୋଜକ ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପାଟଯୋଷୀ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀ କାନ୍ତ ବାଗ ସନ୍ତୋଷ କୁମାର ପାଢ଼ୀ ଦିଗାମ୍ବର ଦୁରିଆ ଜନ୍ମେଜୟ ନାଏକ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ରେ ଧର୍ମଗତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଳିଥିବା ଗଣଧାରଣା ଆଜି ୨୦ ଦିନ ରେ ପହଞ୍ଚିଲା।