ସନ୍ଦିଗ୍ଧ ଭାବେ ମହିଳାଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି, ୧୮/୦୯ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖୀଗୁଡା ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ତାଳଗୁଡ଼ ରାସ୍ତା କୁମାରପଡା ଗେଟ ନିକଟରେ ଏକ ଅଜଣା ମହିଳାଙ୍କ ମୃତ ଦେହ କେନାଲ ପାଣିରେ ଭାସି ଆସିଥିବା ଦେଖିବାକୁ ମିଳିଛି।ଖବର ପାଇ ଜୟପାଟଣା ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏ ପର୍ଯ୍ୟନ୍ତ ମୃତକ ମହିଳାଙ୍କ ପରିଚୟ ମିଲିପାରି ନାହିଁ। ପୋଲିସ ତଦନ୍ତ ଜାରି ରହିଛି