ଭବାନୀପାଟଣା ବ୍ଲକ ଶିକ୍ଷକ ସଂଘର ଗଣଧାରଣା ରେ ସମର୍ଥନ ; କଂଗ୍ରେସ ଦଳରୁ ଓଡିଶା ପ୍ରଦେଶ ଆଦିବାସୀ ସଂଘ ପକ୍ଷରୁ କଲେ

କଳାହାଣ୍ଡି, ୧୮/୦୯ : ଆଜି ଭବାନୀପାଟଣା ବ୍ଲକ ଶିକ୍ଷକ ସଙ୍ଘର ଗଣଧାରଣା ରେ ସମର୍ଥନ ଜଣାଇ କଂଗ୍ରେସ ଦଳରୁ ଓଡିଶା ପ୍ରଦେଶ ଆଦିବାସୀ କଂଗ୍ରେସ ର ଉପାଧ୍ୟକ୍ଷ ପରମାନନ୍ଦ ମାଝୀ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରିତମ ବେହେରା, ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଂଯୋଜକ ସୁଦର୍ଶନ ବିଶ୍ୱାଳ ଯୋଗଦେଇଥିଲୁ, ଶିକ୍ଷକ ମାନଙ୍କର ଦାବି ଯୁକ୍ତିଯୁକ୍ତ ଏହାକୁ ସରକାର ଗ୍ରହଣ କରି ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଗଣଧାରଣା କୁ ସମର୍ଥନ ଜଣେଇଥିବା ନେତୃ ମଣ୍ଡଳୀ ଉଦବୋଧନ ଦେଇଥିଲେ ଯଦି ସରକାର ଏହାର ଆସୁସମାଧାନ ନକରନ୍ତି ହେଲେ ଛାତ୍ରଛାତ୍ରୀ ଓ ସମଗ୍ର ଶିକ୍ଷକ ସମାଜ ପ୍ରତି ଘୋର ଅନ୍ୟାୟ କରାଯାଉଛି ବୋଲି ବିବେଚନା କରାଯିବ