Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବକର୍ମା ପୂଜାଦିନ ଚିପିଲିମାରେ ଅଘଟଣ——- ପାଓ୍ବାରଚ୍ୟାନାଲ ରେ ଖସିପଡି ଯୁବକଙ୍କ ମୃତ୍ୟୁ

ଚିପିଲିମା,ରବିବାର ବିଶ୍ବକର୍ମା ପୂଜାଦିନ ଚିପିଲିମା
ଶକ୍ତିକେନ୍ଦ୍ର ରେ ସହଶ୍ରାଧିକ ଜନସମାଗମ ମଧ୍ୟରେ ବିଶ୍ବକର୍ମାପୂଜା ଚାଲିଥିବାବେଳେ,ରାତି ପ୍ରାୟ ୯.୩୦ମିନିଟ ସମୟରେ ଫୋରଓ୍ବେ ପାଓ୍ବାରଚ୍ୟାନାଲରେ ଖସିପଡି ଜଣେ ବିବାହିତ ଯୁବକ ନିଖୋଜ ଥିବା ସୂଚନା ମିଳିଛି।ଏନେଇ ଚିପିଲିମା ପୋଲିସ ଖବର ପାଇ ଅଗ୍ନିଶମ କର୍ମଚାରୀଙ୍କ ମାଧ୍ୟମରେ ଅନେକ ଖୋଜାଖୋଜି ପରେ ମଧ୍ୟ ନିଖୋଜ
ଯୁବକଙ୍କ ପତ୍ତା ମିଳିପାରିନାହିଁ।ଖୋଜାଖୋଜି ସମୟରେ ପ୍ରାୟ ଏକଘଣ୍ଟା ସମୟ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିଲା।ମିଳିଥିବା ସୂଚନା ମୁତାବକ ନିଖୋଜ
ଯୁବକ ହେଲେ ଘଣ୍ଟେଶ୍ବରୀ ବଗବିରା ଗ୍ରାମର ମାଛବ୍ୟବସାୟୀ ଅକ୍ଷୟ ତରିଆଙ୍କ ପୁଅ ଦ୍ରୋଣ ତରିଆ
(୨୭)ବୋଲି ଜଣାପଡିଛି।ସେ ବିଶ୍ବକର୍ମା ପୂଜା ଦେଖିବାକୁ ଆସି ଫେରୁଥିବାବେଳେ,ସେ ପାଓ୍ବାରଚ୍ୟାନାଲ ସିମେଣ୍ଟହିଡରେ ବିଶ୍ରାମ ନେଉଥିବାବେଳେ,କୌଣସିକ୍ରମେ ଖସିପଡିଥିଲେ।ଘଟଣାଟି ପ୍ରାୟ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନଥିବା ଜଣାପଡିଛି।ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ