Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୩ଦିନରେ ପହଞ୍ଚିଲା ଗଣଧାରଣା ତେଜୁଛି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ ; ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ପଞ୍ଚାୟତ ସମିତି ର ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ ସମାଜ

କଳାହାଣ୍ଡି, ୧୯/୦୯ : ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୨ ତମ ଦିବସ ରେ ଧର୍ମଗଡ ପଞ୍ଚାୟତ ସମିତିର ୨୪ ଜଣ ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ (ତେଲି) ସମାଜର କର୍ମକର୍ତ୍ତା ମାନେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ କରିଛନ୍ତି। ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଙ୍କ ନେତୃତ୍ୱରେ ଉପାଧ୍ୟକ୍ଷା ଜୁଲି ମେହେର, କଦଳୀ ମୁଣ୍ଡା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଜଏମନି ବୋଡ଼କିଆ, କନାଗାଁ ର ଜୟନ୍ତୀ ନାଏକ, କଙ୍କେରୀ ର ଜ୍ୟୋସ୍ନା ମୟୀ ଛତ୍ରିଆ, ଖଇରପଦର ର ପ୍ରସନ୍ନ ବିହାରୀ, ଗଡିଆଯୋର ର ଶଙ୍କର ନାଏକ,ଚଞ୍ଛାନବାହାଲି ର ଚର୍ଚ୍ଚିକା ଗୋପାଲ, ଛିଲିପା ର ଜୟତ ରାମ ବାଗ, ଜୟନ୍ତ ପୁର ର ଥବିର ନାଗ, ଟିପିଗୁଡା ର ଲତିକା ବାଗ, ତାରାପୁର ର ମେନକା ଶବର, ତମ୍ବା ଛଡ଼ାର ଚିତ୍ତ ରଞ୍ଜନ ସେନାପତି, ତେଣ୍ଡା ପାଲି ର ସଞ୍ଜୀବ ପଣ୍ଡା, ଧଅଁରପୁର ର କନକ ସେଠିଆ, ନନ୍ଦ ଗାଁ ର ଭୁବନେଶ୍ବର ଶବର, ପର୍ଲା ର ପୂର୍ଣ୍ଣମୀ ଧାରୁଆ, ବଗାଡ ର ଗୀତାଞ୍ଜଳୀ ସାହୁ, ବଡ ଘୁମର ର କୌଶଲ୍ୟା ନାଏକ, ବଡ ଫୁର୍ଲା ର ସରୋଜ ଶବର, ବ୍ରାହ୍ମଣ ଛେଣ୍ଡିଆର ଇନ୍ଦୁମତି ମାଝୀ, ବେହେରା ର କିଶୋର ନାଗ, ବୋଡ଼େନ ର ସୌଦାମିନୀ ଛତ୍ରିୟା ଓ ସନ୍ଧି କୁଲିହାରି ର ସମିତି ସଭ୍ୟ ସୁଜିତ କୁମାର ସାହୁ ପ୍ରମୁଖ ଯୋଗଦେଇ ସବୁ ପ୍ରକାର ଭିତ୍ତଭୂମି ଓ ମାପଦଣ୍ଡ କୁ ପୂରଣ କରୁଥିବାରୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ଦାବୀ ଯଥାର୍ଥ ଓ ଆସନ୍ତା ବିଧାସଭା ଅଧିବେଶନରେ ସରକାର ଧର୍ମଗଡ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବୀ କରିଥିଲେ। ସେହିପରି ଆଜି ଝରିଆ ସାହୁ (ତେଲି) ସମାଜର ସଭାପତି ଟିକେ ରାମ ସାହୁ ଙ୍କ ନେତୃତ୍ଵରେ ସମାଜ ର ବିରଞ୍ଚି ସା, ହୃଷିକେଶ ସାହୁ, ଭଗବାନ ସାହୁ, ହେମନ୍ତ ସାହୁ, ବାସୁଦେବ ସାହୁ, ପରାସର ସାହୁ, ନୀଳାମ୍ବର ସାହୁ ପ୍ରମୁଖ ଜିଲ୍ଲା ଦାବୀ ରେ ଗଣ ଧାରଣାରେ ବସି ଥିଲେ। ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ନିରଞ୍ଜନ ମହାପାତ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟଯୋଷୀ, ବରିଷ୍ଠ ବିଜେପି ନେତା ସୁଧୀର ପଟ୍ଟଯୋଷୀ,ଲକ୍ଷ୍ମୀକାନ୍ତ ବାଗ,ପ୍ରେମଲାଲ ସାଗର, ଘନଶ୍ୟାମ ଅଗ୍ରୱାଲ, ଜନ୍ମେଜୟ ନାଏକ, ସୁନୀଲ ମେହେର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୨ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।