Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ଗଣେଶପୁଜା ସମାରୋହରେ ଅନୁଷ୍ଠିତ

ଚିପିଲିମା, ପବିତ୍ର ଶ୍ରୀ ଗଣେଶ ପୂଜା ଅବସରରେ ବୁର୍ଲାଥାନା ଚିପିଲିମା ଅଂଚଳର ପ୍ରତ୍ୟେକ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମାରୋହ ମଧ୍ୟରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି।ଚିପିଲିମା ନିଉମାର୍କେଟ ରେ ସନ୍ତୋଷ ବିଶ୍ୱାଳ ଙ୍କ ତତ୍ୱବାଧାନରେ ପୂଜା ଅନୁଷ୍ଠିତ ହୋଇଥିବାବେଳେ ପଣ୍ଡିତ ପ୍ରଦୀପ କୁମାର ନାୟକ ପୂଜାକର୍ଯ୍ୟ ପରିଚାଳନା କରିଥିଲେ।କର୍ତା ଭାବରେ ସୁବ୍ରତ ଗୁରୁ ଦାୟିତ୍ୱ ସମ୍ପାଦନ କରିଥିଲେ।ଚିପିଲିମା ଛକ, ଚିପିଲିମା ବସଷ୍ଟାଣ୍ଡ, ତଥା ଅଂଚଳର ସମସ୍ତ ସ୍କୁଲ, କଲେଜ, କ୍ଲବ, ମାନଙ୍କରେ ପୂଜା ଅନୁଷ୍ଠିତ ହୋଇଯାଇଥିବାବେଳେ, ରେଙ୍ଗାଲି ବିଧାୟକ ନାଉରି ନାଏକ ବିଭିନ୍ନ ପୂଜା ମଣ୍ଡପ ଯାଇ ଦର୍ଶନ କରିଥିବା ସୂଚନା ମିଳିଛି।ପ୍ରତ୍ୟେକ ମଣ୍ଡପରେ ଅନ୍ନଭୋଗ ବଣ୍ଟନ ହୋଇଥିଲା।