Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆଖାଇ ପୂର୍ବରୁ ଅଘଟଣ ଖୁସି ପୂର୍ବରୁ ମିଳିଳା ଦୁଖ

କଳାହାଣ୍ଡି, ୧୯/୦୯ : କଲମପୁର-ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଘଟଣାରେ 3 ଜଙ୍କ ମୃତ୍ୟୁ ହୋଇଥିବା ବେଳେ 6ଜଣ ଗୁରୁତର ଅଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାଇ ବଙ୍କାପଲା ଓ ଜୁନାଗଡ ରାସ୍ତାରେ ଥିବା ଏକ ବୁଲାଣି ନିକଟରେ ଏକ ଟ୍ରକ ଅଟୋ ମୁହା ମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ମାନେ ହେଲେ ଥୁଆମୂଳରାମପୁର ଥାନା ଅନ୍ତର୍ଗତ କାଠୁପୁରା ଗ୍ରାମର ପାଦୋଷର ନାୟକ, କୃଷ୍ଣ ଚନ୍ଦ୍ର ନାୟକ ଓ ଅମୃତ ନାୟକ ଅଟୋରେ ଥିବା ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ସମସ୍ତେ ଅଟୋ ଯୋଗେ ଧର୍ମଗଡର ଛିଲିପା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଟ୍ରକ ଡ୍ରାଇଭର ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ।