Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଇକ ଦୁର୍ଘଟଣାରେ ବାପ ମୃତ , ପୁଅ ଗୁରୁତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ର ଜlଲୋଏ ପଞ୍ଚାୟତ କଇରାଝୁଲି ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା l ଫଳରେ ବାଇକ ଚାଳକ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି I ମୃତକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ମଙ୍ଗଳୁ ମହାପାତ୍ର (45) ଓ ଗୁରୁତର ଆହତ ଜଣକ ହେଲେ ମୃତକଙ୍କ ସାନ ପୁଅ ଆନନ୍ଦ ମହାପାତ୍ର ( 16) I ସୂଚନା ଯେ ମୃତକ ଓ ତାଙ୍କ ପୁଅ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଉଭୟ ବାଇକ ଚାଳକ ଛିଟିକି ପଡିଥିଲେ l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାରୁ ଉଭୟ ବାପ – ପୁଅ ଙ୍କୁ ବୀରମହାରାଜପୁର ଡାକ୍ତରଖାନା କୁ ଅଣାଯାଇଥିଲା l ଡାକ୍ତର ଖାନାରେ ଡାକ୍ତର ମଙ୍ଗଳୁ କୁ ମୃତ ଘୋଷଣା କରିଥିଲେ I