Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପୋଷଣ ସଚେତନତା ଗୋଷ୍ଠି ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୨୦/୦୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ମଣ୍ଡଳ ଅନ୍ତର୍ଗତ ମାଟିଆ ଏକ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୂପୋଷଣ ଗୋଷ୍ଠି ଭିତ୍ତିକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀ ମତି ସୁଷମା ମିଶ୍ର, ଉତ୍କେଲା ସେକ୍ଟର ସୁପରଭାଇଜର ଶ୍ରୀ ମତି ସ୍ୱର୍ଣ୍ଣ ଲତା ଦାସ, ପାଷ୍ଟିକୁଡ଼ି ସେକ୍ଟର ସୁପରଭାଇଜର ଶ୍ରୀମତୀ ନିରୁପମା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗୀତ ମାଧ୍ୟମରେ ଓ ଖାଦ୍ୟ ପଦାର୍ଥ ପ୍ରଦର୍ଶନୀ କରି କିଶୋରୀ ବାଳିକା, ଗର୍ଭବତି ମାଁ ଓ ପ୍ରସୂତୀ ମାଁ ଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନ ନେବା, ପୁଷ୍ଟିସାର୍, ଶ୍ୱେତସାର୍, ସ୍ନେହସାର ଯୁକ୍ତ ଖାଦ୍ୟ ନିୟମିତ ଖାଇବା, କଞ୍ଚା ପନିପରିବା, କ୍ଷୀର ଜାତୀୟ ଖାଦ୍ୟ ସହିତ ଫଳମୂଳ ଖାଇବା, ଦୈନିକ କେତେ ପ୍ରକାର ଖାଦ୍ୟ ଖାଇବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ଗର୍ଭବତୀ ମାଁ, ପ୍ରସୂତୀ ମାଁ, ସ୍ଵଂୟ ସହାୟକ ଗୋଷ୍ଠୀର ମାଁ,ୱାର୍ଡ ସଭ୍ୟା, ଆଶା କର୍ମୀ ତଥା ସେକ୍ଟରର ସମସ୍ତ ଅଙ୍ଗନୱାଡ଼ି ଦିଦି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମାଟିଆ ଏକ ନମ୍ବର କେନ୍ଦ୍ର ଅଙ୍ଗନୱାଡ଼ି ଦିଦି ତପଶ୍ୱନି ନାଏକ ଅୟୋଜନ କରିଥିବା ବେଳେ ଯମୁନା ତାଣ୍ଡି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ