Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ବୃଦ୍ଧାଶ୍ରମ ରେ ନୂଆଖାଇ ପର୍ବ

ଝାରସୁଗୁଡା ୨୧/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ବୃଦ୍ଧାଶ୍ରମରେ ନୂଆଖାଇ ପର୍ବକୁ ମହା ଆଡମ୍ବର ସହକାରେ ପାଳନ କରା ଯାଇଛି । ପିପୁଲସ ଫୋରମ ପଶ୍ଚିମ ଓଡ଼ିଶାର ଉପ ସଭାପତି ସଞ୍ଜୟ କୁମାର ଜେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା ।
ସର୍ଵ ପ୍ରଥମେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ବିଧି ଅନୁସାରେ ଝାଙ୍କରଙ୍କ ଦ୍ଵାରା ପୂଜାର୍ଚ୍ଚନା କରା ଯାଇ ମା ଙ୍କୁ ନବାନ୍ନ ଅର୍ପଣ ଯାଇଥିଲା । ବୃଦ୍ଧାଶ୍ରମର ସମସ୍ତ ୫୭ ଜଣ ଅନ୍ତେବାସୀ ନୂତନ ବସ୍ତ୍ର ପରିଧାନ କରିଥିଲେ ଏବଂ ମା ଙ୍କୁ ଅର୍ପଣ କରା ଯାଇଥିବା ନବାନ୍ନକୁ ସମସ୍ତେ ଏକାଠି ବସି ଖାଇଥିଲେ । ଏହା ପରେ ସମସ୍ତେ ସମସ୍ତଙ୍କୁ ଜୁହାର କରି ସମ୍ମାନ ଜଣାଇବା ସହ ନାଚ ଗୀତର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା । ବରିଷ୍ଠ ନାଗରିକ ମାନେ ଖୋଳତାଳ ଧରି ଭଜନ କୀର୍ତ୍ତନ କରିବା ସହିତ ଏକ ଭାବପୁର୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବୃଦ୍ଧାଶ୍ରମର କର୍ମଚାରୀ ମାନଙ୍କ ନିଃସ୍ୱାର୍ଥ ପର ସେବା ମନୋଭାବ ପାଇଁ ଅନ୍ତେବାସୀ ମାନେ ବିଗତ ଦିନର ସମସ୍ତ ଦୁଃଖ ଭୁଲି ଆନନ୍ଦମୟ ପରିବେଶ ମଧ୍ୟରେ ରହୁଥିବା ସେମାନେ ପ୍ରକାଶ କରିଛନ୍ତି 0।
ସୂଚନା ଥାଉକି ଆଜି ମଧ୍ୟ ବୃଦ୍ଧାଶ୍ରମ କର୍ମଚାରୀ ମାନେ ଜଣେ ଅସହାୟ ବୃଦ୍ଧଙ୍କୁ ଗୋବିନ୍ଦପୁର ଠାରୁ ଉଦ୍ଧାର କରି ଆଣିଛନ୍ତି । ତାଙ୍କ ନାମ ବିଶ୍ୱନାଥ ଦୀପ ବୟସ ୬୫ ବର୍ଷ । ସେ କନ୍ଧମାଳ ଜିଲ୍ଲା ନୂଆପଦର, ପିରିଙ୍ଗିଆର ବାସିନ୍ଦା ଏବଂ ବାହାରେ ବୁଲି ବୁଲି ଭିକ୍ଷା ବୃତ୍ତି କରି ଜୀବନ ଯାପନ କରୁଥିଲେ ବୋଲି ସେ ନିଜେ ପ୍ରକାଶ କରିଛନ୍ତି । ଗୋବିନ୍ଦପୁର ବୃଦ୍ଧାଶ୍ରମ ର ମୁଖ୍ୟ ପରିଚାଳକ ଗଣେଶ ଚନ୍ଦ୍ର ବଳିୟାରସିଂ ଙ୍କ ସହିତ ସମସ୍ତ କର୍ମଚାରୀ ଏବଂ ପିପୁଲସ ଫୋରମ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ଥଇଥାନ କେନ୍ଦ୍ରର କର୍ମଚାରୀ ମାନେ ମଧ୍ୟ ଯୋଗଦାନ କରି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ