Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭିକମପାଲି ଫ୍ରେଣ୍ଡସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ୩୧ ୟୁନିଟ ରକ୍ତ ସଂଗ୍ରହ

ଝାରସୁଗୁଡା ୨୧/୯ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ମାଁ ପଦ୍ମାସିନୀ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ଗଣେଶ ପୂଜା ଅବସରରେ ଫ୍ରେଣ୍ଡସ କ୍ଲବ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡା ଜିଲ୍ଲା ରକ୍ତ ଭଣ୍ଡାର ର ଡା. ସିଲୱନ୍ତୀ ଜୋଜୋ, କିରଣ କୁମାର ସାହୁ, ଭବାନୀ ଶଙ୍କର ସୁନ୍ୟାନୀ,ପ୍ରଶାନ୍ତ ମହାପାତ୍ର ଆସି ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି ଯୋଗଦେଇ ରକ୍ତଦାତା ମାନଙ୍କୁ ମାନପତ୍ର ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର, ଅତାବିରା ସରପଞ୍ଚ ସଂଜିତ ପ୍ରଧାନ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ସମାଜସେବୀ ପିକୁ ମିଶ୍ର, ପ୍ରକାଶ ସାହୁ, ପୁର୍ଣ୍ଣାନନ୍ଦ ମହାପାତ୍ର, ଓମ୍ ପ୍ରକାଶ ମିଶ୍ର ନିମନ୍ତ୍ରୀତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଭିକମପାଲି ଫ୍ରେଣ୍ଡସ କ୍ଲବ ର ସଭାପତି ଅଭିଷେକ ହୋତା, ସମ୍ପାଦକ ଦୀପକ ମେହେର, ସ୍ୱାଧୀନ ମହାପାତ୍ର, ମହେନ୍ଦ୍ର ମେହେର, କିଶୋର ମେହେର, ରାହୁଲ ମେହେର, ଅର୍ଜୁନ ଗଣ୍ଡ, ଉପେନ୍ଦ୍ର ମେହେର,ଅଭି ରାୟ, ସଚିନ ମିର୍ଦ୍ଧା, ମିଥିଲେଶ କଅଁର,ଆଦର୍ଶ ମେହେର, ସ୍ୱାଗତ ପଟେଲ, ପ୍ରବୀଣ ସାହୁ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ । ଏହା ସହିତ ଗଣେଶ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପିୟୁସ କାନ୍ତ ମେହର ଓ ତାଙ୍କ ପତ୍ନୀ ଦୀପିକା ମେହର କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ଚତୁର୍ଭୁଜ ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମଧ୍ୟ ବିଧାୟିକା ଶ୍ରୀମତୀ ମହାନ୍ତି ଯୋଗଦାନ କରି ଗଣେଶ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ସନ୍ଧ୍ୟା ସମୟରେ ମହିମା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଭଜନ ପରିବେଷଣ କରା ଯାଇଥିଲା ।
ଏହା ପରେ ବିଧାୟିକା ଅଳକା ମହାନ୍ତି ବାଘମୁଣ୍ଡା, ସୁଲଦିଆ, ଅଢାପରାକୁ ଯାଇ ଗଣେଶ ପୂଜା ଦର୍ଶନ କରିଥିଲ l ତାଙ୍କ ସହିତ ଶ୍ରୀକାନ୍ତ ଭୋଇ, ନରେନ୍ଦ୍ର ବଢାଇ, ମନୋଜ ପ୍ରଧାନ, କୁଶ୍ରାଲୋଇ ସରପଞ୍ଚ ରଘୁମଣି ପ୍ରଧାନ, ସମିତି ସଭ୍ୟା ଦୟମତି ସା, ରେମେଣ୍ଡା ସମିତି ସଭ୍ୟା ମାଧବୀ ପ୍ରଧାନ, ଲଖନପୁର ବ୍ଲକ ଯୁବ ସଭାପତି ସୁବାଷ ରାୟ,ରଞ୍ଜନ ଭୋଇ, ଦୟାସାଗର ବଢାଇ, ଅଖିଳ ସ୍ୱାଇଁ, କ୍ଷେତ୍ର ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

More Stories