Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଅଞ୍ଚଳରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ର ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଟିକ୍ରାପଡା , କେନଝିରିଆପାଲି ପଞ୍ଚାୟତ କଦଳୀ ପାଲି , ବହଲପଦର ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଆଦି ଗ୍ରାମରେ ଏହି ଭେଟଘାଟ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ I ଭାଲୁଡୁଙ୍ଗୁରୀ କାର୍ଯ୍ୟକ୍ରମ ରେ ଗଣେଶ ପୂଜା କମିଟିର ସମ୍ପାଦକ ଗିରିଧାରୀ ମଲ୍ଲିକ ଙ୍କ ଅଧ୍ଯକ୍ଷତାରେ ବୀରମହାରାଜପୁର ଜୋନ୍‌-୨ ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତୀ ଦନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଶିକ୍ଷାବିତ୍‌ ପ୍ରାଣବନ୍ଧୁ ସାହୁ ମୁଖ୍ୟବକ୍ତା ଏବଂ ସ୍ବେଛାସେବୀ ରବୀନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥିମାନେ ନୂଆଁଖାଇ ଆମର ପରିଚୟ ଓ ସଂସ୍କୃତି ବୋଲି କହିବା ସହିତ ଏହା ଆମକୁ ଏକତା ସୂତ୍ରରେ ବାନ୍ଧି ରଖୁଛି ବୋଲି ମତ ବ୍ୟକ୍ତ କରିଥିଲେ । ସଭା ପରେ ଗ୍ରାମର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ , ସାଧାରଣଜ୍ଞାନ , ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସେହିପରି ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରୁଥିବାରୁ ରବୀନ୍ଦ୍ର ମାଝୀଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଫିରୋଜ ସାହୁ , ସୁବ୍ରତ ସାହୁ , ଗୋପୀନାଥ ସାହୁ , ବିଦ୍ୟାଧର ସାହୁ ମଂଚ ପରିଚାଳନା କରିଥିଲେ। ଶେଷର ମହେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।