Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇ-ଦୋସ୍ତି ପ୍ରତିରକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା, ୨୨/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଠାରେ ଅନୁଷ୍ଠିତ ଇ-ଦୋସ୍ତି ପ୍ରତିରକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ପୁରୁଣା ପଡା ଠାରେ କୃତୀ ପ୍ରଶିକ୍ଷାର୍ଥୀ ଙ୍କୁ ସମ୍ବର୍ଦ୍ଧିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନ ମୁଖ୍ୟ ଗଜେନ୍ଦ୍ର ଡାକୁଆ ଅଧକ୍ଷତା କରିଥିବାବେଳେ ଭବାନୀପାଟଣା ପୌର ଅଧକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କୃତୀ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ୧୫ ନମ୍ବର ୱାର୍ଡ଼ କାଉନସିଲର ମାନସୀ ଜେନା, ସମାଜସେବୀ ବିଜେପି ର କାର୍ଯ୍ୟକର୍ତ୍ତା ମାନସ ଜେନା, ପୂର୍ବତନ କ୍ରୀଡା ଶିକ୍ଷକ ସୀତାକାନ୍ତ ପ୍ରଧାନ, ସମାଜସେବୀ ପୀତବାସ ବେହେରା, ଯୁବ ସାମ୍ବାଦିକ ଜଗନ୍ନାଥ ନାଏକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ ଏବଂ କଳାହାଣ୍ଡି ଜିଲ୍ଲା ଉଷୁ ସଂସ୍ଥା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିରକ୍ଷା ବାହିନୀରେ ଯୁବ ଗୋଷ୍ଟି ଯୋଗ ଦେଇ ଦେଶ ମାତ୍ରୁକାର ଗୌରବ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଶାରୀରିକ ଓ ଲିଖିତ ପରୀକ୍ଷା ଦେଇ ପ୍ରତିରକ୍ଷା ବିଭାଗ ରେ ଯେପରି ଚାକିରୀ ପାଇଁ ପାରିବେ ସେ ସମ୍ପର୍କ ରେ ଏହି ଅନୁଷ୍ଠାନ ଗତ କିଛି ବର୍ଷ ହେବ ପ୍ରଶିକ୍ଷଣ ଦେଇ ଆସୁଛି। ଏହି ଅନୁଷ୍ଠାନ ରୁ ପ୍ରଶିକ୍ଷାର୍ଥୀ ହୋଇଥିବା ଅନେକ ଛାତ୍ର ଛାତ୍ରୀ ବିଗତ ଦିନ ଗୁଡ଼ିକ ରେ ପ୍ରତିରକ୍ଷା ବିଭାଗ ରେ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷ ୨୦୨୩ ରେ ଅନୁଷ୍ଠାନ ର ୧୦ଜଣ ଛାତ୍ରୀ ଛାତ୍ର ପ୍ରତିରକ୍ଷା ବିଭାଗ ର ବି.ଏସ.ଏଫ,ରେ ମୀନକେତନ ମାଝୀ, ପ୍ରଦୀପ ସୁନା, ତୁଲେଶ୍ୱର ବେହେରା, ରବିନା କୁମାରି ବେହେରା, ପାୟଲ ଦୁର୍ଗା, ସି.ଆର.ପି.ଏଫ.ରେ ସୁମିତ ପଟନାୟକ, କୁଲଦୀପ ମଙ୍ଗରାଜ, ସି.ଆଇ.ଏସ.ଏଫ, ନୀତେଶ କୁମାର ସେନାପତି ଏବଂ ଆଇ.ଟି.ବି.ପି.ରେ ତରୁଣ ନାୟକ ପ୍ରମୁଖ କୃତକାର୍ଯ୍ୟ ହୋଇ ଚାକିରୀ ରେ ନିଯୁକ୍ତି ପାଇଛନ୍ତି । ଏହି ୧୦ ଜଣ ଯବାନ ଙ୍କୁ ଆଜି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡା ପ୍ରଶିକ୍ଷକ ଉମା ଶଙ୍କର ନାଏକ, ଗୁରୁଜୀ ବଣ୍ଟି ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଉପସ୍ଥିତ ଶତାଧିକ ବ୍ୟକ୍ତି କରତାଳି ଦେଇ ଉତ୍ସାହିତ କରିଥିଲେ।