ପ୍ରକୃତି ର ପାର୍ବଣ ହେଉଛି ନୂଆଁଖାଇ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତର ଅନ୍ତର୍ଗତ ଟିକିରାପଡ଼ାରେ ନୂଆଁଖାଇ ଭେଟଘାଟ ଧୁମଧାମରେ ପାଳିତ ହୋଇଯାଇଛି । ଦଧିବାମନ ଯୁବକ ମହାସଂଘର କର୍ମକର୍ତ୍ତାମାନଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଗିରିଧାରୀ ମେହେର ସଭାପତିତ୍ବ କରିଥିଲେ । ଅନୁଷ୍ଠିତ ସଭାରେ ବୟନିକା ଓଡ଼ିଶା ସରକାରର ସଭାପତି ପ୍ରକାଶ ମେହେର ମୁଖ୍ୟ ଅତିଥି ଓ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମହାମିଳନ ପର୍ବ ପବିତ୍ର ନୂଆଁଖାଇର ମାହାତ୍ମ୍ୟ , ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରକୃତି ର ପାର୍ବଣ ହେଉଛି ନୂଆଁଖାଇ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜେଡି ଉପସଭାପତି ରଞ୍ଜିତ ରଥ , ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ , ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ମେହେର , ପଙ୍କଜ ମେହେର , ତାରେଶ୍ୱର ମେହେର , ସମାଜସେବୀ ଗଣେଶ ମେହେର ଓ ଡୋଳାମଣୀ ମେହେର ପ୍ରଭୃତି ମଞ୍ଚାସୀନ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ । ଗ୍ରାମର ଛଅଜଣ ବରିଷ୍ଠ ବୁଣାକାର ପରମେଶ୍ବର ମେହେର , ଏନେ ମେହେର , ପୂର୍ଣ୍ଣଚନ୍ଦ୍ର ମେହେର , ଫୁଲମାଳ ମେହେର , ତାରା ମେହେର ଓ ଶାନ୍ତି ମେହେରଙ୍କୁ ବୟନିକା ତରଫରୁ ସମ୍ମାନୀତ କରାଯାଇଥିଲା । ଏଥିସହ ଦଧିବାମନ ଯୁବକ ମହାସଂଘ ତରଫରୁ ଟଙ୍କଧର ମେହେର , ପଦ୍ମଲୋଚନ ମେହେର , ବିନାୟକ ମେହେର , ଡୋଳାମଣୀ ମେହେର , ତୀର୍ଥ ମେହେର , ଶଙ୍କର ମେହେର ଓ ନବୀନ ମେହେରଙ୍କୁ ସମ୍ମାନୀତ କରାଯାଇଥିଲା । ଏହାପରେ ଗ୍ରାମର ବାଳିକା ବାଳକ ଓ ଯୁବକ ମାନଙ୍କ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମହାସଂଘର ସଭାପତି ସୁମିତ ମେହେରଙ୍କ ନେତୃତ୍ବରେ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ସେହିଭଳି ଗୌଡକେଳା ହରିଜନ ବସ୍ତିରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ମୀନକେତନ ମହାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବସ୍ତିରେ ଏକାଠି ନୂଆଁଖାଇ ପାଳନ କରାଯାଉଥିବାରୁ ଉଦ୍ୟୋକ୍ତମାନଙ୍କୁ କୃତଜ୍ଞତା ଜଣେଇ ଥିଲେ । ୱାର୍ଡ ସଭ୍ୟ ସୁଶାନ୍ତ ଜଗଦଲା ପୂର୍ବତନ ୱାର୍ଡ ସଭ୍ୟ ସୁଦାମ ଜଗଦଲା ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସମାଜସେବୀ ଗୁପ୍ତେଶ୍ୱର ଲୁହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଗଣେଶ ପୂଜା ଓ ନୂଆଁଖାଇ ଉପଲକ୍ଷେ ସ୍ଥାନୀୟ ହିଙ୍ଗମା ଠାରେ “ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା” ଗ୍ରୁପର ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ତୋଷ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଇପ୍ସିତା ପାଢ଼ୀ , ରଚନା ତ୍ରିପାଠୀ , ସୁଦର୍ଶନ ବିଶ୍ୱାଳ , ମହେଶ ଶତପଥି , ବୀରେନ କୁମାର ପ୍ରମୁଖ ଭଜନ ପରିବେଷଣ କରିଥିଲେ । କାର୍ତ୍ତିକ ଭୋକ୍ତା , ରାଜେଶ ଶତପଥି , ଅନନ୍ତ ପଧାନ , ରଘୁନାଥ ସାହୁ , ପୃଥ୍ୱୀରାଜ ଜଗଦଲା ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ।