Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁମାରକେଲୀ ଗଣେଶ ପୂଜା ଅବସରରେ 26 ତାରିଖ ଯାଏ ଚାଲିବ କଂସ ଦରବାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ କୁମାରକେଳି ଗ୍ରାମ ରେ ଶିବଶକ୍ତି କ୍ଳବ ଆନୁକୂଲ୍ୟରେ ୨୬ ତମ ଗଣେଶ ପୂଜା ପାଳନ ଅବସରରେ କଂସ ଦରବାର ଓ କୃଷ୍ଣ ଲୀଳା ମଞ୍ଚସ୍ଥ ହେଉଅଛି l ଏହି କାର୍ଯ୍ୟକ୍ରମ ଆସନ୍ତା 26 ତାରିଖ ଯାଏ ହେବାକୁ ଥିବା ବେଳେ କୁମାରକେଳି ପାଲଟିଛି ମଥୁରା ନଗରୀ l ପ୍ରାରମ୍ଭରେ ମହାରାଜ ଉଗ୍ରସେନ ନଗର ପରିକ୍ରମା ସହ ଯୁବରାଜ କଂସ ର ଅନୁପସ୍ଥିତି ରେ ଦେବକୀ ଓ ବସୁଦେବ ଙ୍କ ବିବାହ ବୈଦିକ ରୀତି ରେ ସମାପନ ହୋଇଛି l ନିଜ ଅନୁପସ୍ଥିତି ରେ ଭଉଣୀ ର ବାହାଘର ହୋଇ ଥିବାରୁ କ୍ଷୁବ୍ଧ କଂସ କୁ ବୁଝେଇବାରେ ସମର୍ଥ ହୋଇଛନ୍ତି ଉଗ୍ରସେନ l ଆନନ୍ଦ ସହକାରେ ଦେବକୀ ବସୁଦେବ ଙ୍କୁ ପାଛୋଟି ନେବା ସମୟ ରେ ହଠାତ ଦୈବୀ ବାଣୀ ହୋଇଛି ଯାହାକି ସମଗ୍ର ପରିସ୍ଥିତି କୁ ଓଲଟ ପାଲଟ କରି ଦେଇଛି l ଉଗ୍ରସେନ ଙ୍କ ଠାରୁ ବଳପୂର୍ବକ ରାଜ ସିଂହାସନ ଛଡେଇ ନେଇ ଯୁବରାଜ କଂସ ପାଲଟିଛି ମହାରାଜ କଂସ l ଦେବକୀ ବସୁଦେବ ଙ୍କୁ ବନ୍ଦୀଶାଳ ରେ ରଖି କ୍ରମାନ୍ୱୟରେ ଦେବକୀ ଙ୍କ ସାତ ଗୋଟି ସନ୍ତାନ ଙ୍କୁ ନିପାତ କରିଛି କଂସ l ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମ ର କଳାକାର ମାନଙ୍କ ନିଖୁଣ ଅଭିନୟ ରେ ହଜାର ହଜାର ଦର୍ଶକ ବିଭୋର ହୋଇଛନ୍ତି ବିଳମ୍ବିତ ରାତ୍ରୀ ଯାଏଁ l ଗାଁ ର କୁନି କୁନି ପିଲାଙ୍କ ନୃତ୍ୟ ଦର୍ଶକ ଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ କୁମାରକେଳି ବିଦ୍ୟାଳୟ ର ଶିକ୍ଷକ , ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା , ଗାଁ ର ବିଭିନ୍ନ କ୍ଲବ ର ସଭାପତି , ସମ୍ପାଦକ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମହାରାଜ କଂସ ଙ୍କ ରାଜ ଦରବାର ରେ ରାଜ ଅତିଥି ରୂପେ ଯୋଗ ଦାନ କରିଛନ୍ତି ଦେଶଫାଲ ଲୋକ ମହୋତ୍ସବ କମିଟି ର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସକ୍ରିୟ କର୍ମକର୍ତ୍ତା l ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲବ ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହେଉଅଛି l ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟୀ ର ସଭାପତି ଓ ସମ୍ପାଦକ ଜଣେଇଛନ୍ତି l