Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

କଳାହାଣ୍ଡି, ୨୩/୦୯ : ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଗତ ୨୨ତାରିଖ ଦିନ ଏକ ଦଶ ଦଫା ଦାବି ନେଇ ଆନ୍ଦୋଳନ କରଯାଇଥିବା ଜଣା ପଡ଼ିଛି। ଅଙ୍ଗନୱାଡ଼ି କର୍ମୀ ମାନେ ତୃଣ ମୂଳ ସ୍ତରରେ ପ୍ରାୟ ସମସ୍ତ କାର୍ଯ୍ଯ ନିର୍ବାହ କରୁଥିବା ହେତୁ ଦରମା ବୃଦ୍ଧି ସାଙ୍ଗକୁ ସରକାରୀ ମାନ୍ୟତା, ଗ୍ରାଚୁଇଟି ପ୍ରଦାନ, ସୁପରଭାଇଜର ପଦବୀକୁ ପଦୋନ୍ନତି, ଗରମ ରନ୍ଧା ଖାଦ୍ୟ ର ମୂଲ୍ୟ ବୃଦ୍ଧି, ନିଲମ୍ବିତ କର୍ମୀଙ୍କ ପୁନଃ ନିଯୁକ୍ତି, ଗାଁ କଲ୍ୟାଣ ସମିତି ରୁ ମୁକ୍ତି, ଯୋଗ୍ୟତା ଭିତ୍ତିରେ ପ୍ରାକ୍ ପ୍ରାଥମିକ ଶିକ୍ଷକ ଭାବରେ ନିଯୁକ୍ତି, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମାନ ମାନ୍ୟତା, ଅବସର କାଳୀନ ପ୍ରାପ୍ୟ ୫ ଲକ୍ଷ ଟଂକା ପ୍ରଦାନ ସାଙ୍ଗକୁ ମାସିକ ୫ହଜାର ଟଂକା ପେନସନ, ଅଙ୍ଗନୱାଡ଼ି ଓ ସହାୟିକା ବୋର୍ଡ ଗଠନ ଆଦି ଦଶ ଦଫା ଦାବୀ ନେଇ ରାଜ୍ୟ ସଭାନେତ୍ରି ସୁମିତ୍ରା ମହାପାତ୍ର ଓ ସମ୍ପାଦିକା କୁଞ୍ଜଳତା ଦାସ ଙ୍କ ନେତୃତ୍ୱ ରେ ହଜାର ହଜାର କର୍ମୀ ରାଜଧାନୀ ମାଟିରେ ଆନ୍ଦୋଳନ କରିବା ସହିତ ରାଜ୍ୟ ସରକାରଂକ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରିଥଲେ। ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ସଂଘ ସଭାନେତ୍ରୀ ସଂଜୀବନୀ ପାଢ଼ୀ, ସମ୍ପାଦିକା ପ୍ରେମଲତା ସାମନ୍ତରାୟ ଓ ରାଜ୍ୟ ଉପଦେଷ୍ଠା ଝୁନୁପମା ଶତପଥି ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଯୋଗ ଦେଇଥିବାର ପ୍ରକାଶ। ରାଜ୍ୟ ସରକାର ଙ୍କ ପକ୍ଷରୁ କର୍ମୀ ମାନଙ୍କ ଦାବୀ ର ଯତାର୍ଥତା ଉପଲବ୍ଧି କରି ଅଧିକାଂଶ ଦାବୀ ପୂରଣ କରିବାକୁ ପ୍ରତିଶୃତି ଦେଇଥିବା ରାଜ୍ୟ ସଭାନେତ୍ରୀଙ୍କ ସୂତ୍ର ରୁ ପ୍ରକାଶ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ