ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେନାମାଲ ପ୍ରାଥମିକ ବିଦ୍ୟାଳୟର ଭୁତପୂର୍ବ ଶିକ୍ଷକ ସ୍ବର୍ଗତ ଗଣେଶ ପଧାନଙ୍କ ପୁଣ୍ୟତିଥୀ ଅବସରରେ ଶନିବାର ସ୍ଥାନୀୟ ବିଦ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଟେଙ୍ଗେନାମାଲ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେଵ ଗଡତିଆ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ଗୌରାଙ୍ଗ ପାଣ୍ଡେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସର୍ଵ ପ୍ରଥମେ ସ୍ୱର୍ଗତ ଶ୍ରୀ ପଧାନଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡତିଆ ଯୋଗଦେଇ ଦିବଙ୍ଗତ ଶିକ୍ଷକ ଶ୍ରୀ ପଧାନ ଙ୍କ ସୃତି ଚାରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଅତାବିରା ସେବାଶ୍ରମର ପ୍ରଧାନ ଶିକ୍ଷକ ତଥା ସ୍ବର୍ଗତ ଶ୍ରୀ ପଧାନଙ୍କ ବଡଭାଉ କାର୍ତ୍ତିକ ପଧାନ ଓ ମୀନକେତନ ପଧାନଙ୍କ ସମେତ ତାଙ୍କ ପରିବାର ବର୍ଗ ମଧ୍ୟ ସାମିଲ ହୋଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନ୍ଦରଲାଲ ବିଶ୍ୱାଳ ଓ ମହେନ୍ଦ୍ର ଖଡିଆ, ସ୍କୁଲ ପରିଚାଳନା କମିଟିର ସଭ୍ୟସଭ୍ୟା ବୃନ୍ଦ, ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦ ଏବଂ ଟେଙ୍ଗେନାମାଲ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l