Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା-ଚଢେଇପଙ୍କ ଅଞ୍ଚଳରେ ବୁଲୁଛି କଲରାପତ୍ରିଆ ବାଘ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରାପତ୍ରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କଲରାପତ୍ରିଆ ବାଘ ଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସୂଚନା ମୁତାବକ ଆଜି ସକାଳୁ ଏହି କଲରାପତରିଆ ବାଘଟି ସେହି ଅଞ୍ଚଳରେ ବୁଲୁଥିବା ସେଠାକାର ଲୋକ ଦେଖିଥିଲେ । ବାଘ ଟିକୁ ଦେଖିବା ପରେ ଲୋକେ ଉଲୁଣ୍ଡା ବନ ବିଭାଗକୁ ଖଵର ଦେଇଥିଲେ । ରବିବାର ଘଟଣାସ୍ଥଳରେ ଉଲୁଣ୍ଡା ବନବିଭାଗ ପହଞ୍ଚିବା ପରେ ବାଘଟି ଗାଁ ମୁହାଁ ଯେମିତି ନହେବ ସେହି ସୁରକ୍ଷା ଦୃଷ୍ଟିରୁ ବନବିଭାଗ ସଜାଗ ମଧ୍ଯ ରହିଥିବା ଜଣାପଡିଛି । ଅନ୍ଯପଟେ ବାଘର ପାଦଚିହ୍ନିକୁ ଦେଖି ବନ ବିଭାଗ ବାଘର ଗତି ଵିଧିକୁ ନେଇ ନଜର ରଖିଥିବା ଉଲୁଣ୍ଡା ରେଞ୍ଜର ସୂଚନା ଦେଇଛନ୍ତି ।