Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଧା କୃଷ୍ଣ ମନ୍ଦିର ପରିସରରେ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ

ଭବାନୀପାଟଣା, ୨୪/୦୯ (ଜଗନ୍ନାଥ ନାଏକ) : ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ର ରାଧା କୃଷ୍ଣ ମନ୍ଦିର ପରିସର ରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି.ମନ୍ଦିର ପରିଚାଳନା ମୁଖ୍ୟ ପରକ୍ଷିତ ବିଶ୍ୱାଳ ଙ୍କ ପ୍ରଚେଷ୍ଟା ରେ ଆୟୋଜିତ ଉତ୍ସବ ରେ ମନ୍ଦିର ମୁଖ୍ୟ ତଥା ଗୌନ୍ତିଆ ପରିବାର ର ସଦସ୍ୟ ଇଂ ନିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ମହାଖୁଡ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନୂଆଖାଇ ଉତ୍ସବ ର ଉଦେଶ୍ୟ ଏବଂ ଭେଟଘାଟ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ.ପଡା ର ବୟୋଜ୍ୟେଷ୍ଟ ବ୍ୟକ୍ତି ୩ ଜଣ ଙ୍କୁ ଉପଦ୍ଧଉକଣ ଦେଇ ସମ୍ମାନିତ କରାଯାଇଥିଲା.ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅଞ୍ଚଳ ର ସର୍ବ ବୟୋଜ୍ୟେଷ୍ଟ ତ୍ରିଲୋଚନ ପ୍ରଧାନ (ହଂସୁରୁ ୯୧ ବର୍ଷ),ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ (୮୪) ଓ ବିଶିଷ୍ଟ କାଠ କାରିଗର ଧବଳେଶ୍ୱର ମହାରଣା(୮୬) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ମୃତ୍ୟୁଞ୍ଜୟ ସାହୁ ଙ୍କ ଗୋଷ୍ଟି ଦ୍ୱାରା ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା.ମନ୍ଦିର ସତସଙ୍ଗ ମଣ୍ଡଳୀ ର ଶ୍ରୀଧର ପଳାଇ,ଆଲୋକ ସାହୁ, ସୀତାକାନ୍ତ ପ୍ରଧାନ ,ଅଶ୍ୱିନୀ ପ୍ରଧାନ ଜୟଚନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ.