Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ଥାନା ପୋଲିସ ଦ୍ବାରା ୬୪୦କିଲୋ ଭାଙ୍ଗ ଜବତ ଜଣେ ଗିରଫ ଗାଡ଼ି ଜବତ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଆଜି ରାତ୍ର ମୋହନା ଚାନ୍ଦିପୁଟ ରାସ୍ତାରେ ପେଟ୍ରୋଲିଙ୍ଗ କରିବା ସମୟରେ ଏକ ପିକ – ଅପ୍ ଭ୍ୟାନ ଆସିବା ସମୟରେ ସେହି ଗାଡ଼ିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ୬୪୦କିଲୋ ଭାଙ୍ଗ ଥିବା ଦେଖିବାକୁ ପାଇଥିଲେ। ମୋହନା ଥାନା ଅଧିକାରୀ ସେହି ଭାଙ୍ଗକୁ ଜବତ କରିବା ସହ ଆସାମୀ ବିଜୟ ପାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିମାଳ ଗ୍ରାମର ବୋଲି ସୂଚନା ମିଳିଛି। ମୋହନା ଥାନା କେସ ନମ୍ବର ୧୪୭/୨୩ଧାରା ୫୨(କ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ କେସ ରୁଜୁ ହୋଇଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଗାଡ଼ି ସହ ଭାଙ୍ଗ ଜବତ କରି ଆସାମୀ ଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।