ବାଇକରେ ପୁଅ ବୋହିଲା ନିଜ ବିଧବା ମାଆ ର ଶବ

ବୀରମହାରାଜପୁର :
ଶବ କୁ ଅସମ୍ମାନ । ମିଳିଲା ନି ଚାରି କାନ୍ଧ କି ସରକାରୀ ମହାପରାୟଣ ଗାଡ଼ି । ବାଇକ ରେ ପୁଅ ବୋହି ନେଲା ନିଜ ମାଆର ଶବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ । ରବିବାର ସକାଳୁ ଅମରପାଲି ଗ୍ରାମରେ ଗୋଲାପି ବେହେରା (୪୫) ନାମକ ଜଣେ ବିଧବା ମହିଳା ଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କେଶାପାଲି ଗ୍ରାମର ଅଟନ୍ତି । ସେ ଦୀର୍ଘ ଦିନ ହେଲା ସମ୍ବଲପୁର ରେ ଏକ ବେସରକାରୀ ସଂସ୍ଥା ରେ ଝାଡୁଦାର ଭାବେ କାମ କରୁଥିଲେ । ମାତ୍ର ତାଙ୍କର ଦେହ ଅସୁସ୍ଥ ହେତୁ ସେ ଡାକ୍ତରଖାନା ଯାଇ ଚିକିତ୍ସା ହୋଇଥିଲେ । ମାତ୍ର ରୋଗ ଭଲ ହୋଇ ନ ଥିଲା । ସେ ଆଉ କାମ କରି ନ ପାରିବାରୁ ସେ ବାଧ୍ୟ ହୋଇ ନିଜ ଘର କେଶାପାଲି ଗ୍ରାମକୁ ଫେରି ଆସିଥିଲେ । ଉକ୍ତ ମହିଳା ଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ଝିଅ ଗୀତା ବେହେରା (୨୪) ବିବାହ କରି ତାଙ୍କର ଶଶୁର ଘରେ ରହୁଛନ୍ତି । ବଡପୁଅ ସୁରୁ (୨୨) ଓ ସାନ ପୁଅ ମଣ୍ଟୁ(୨୦) ମଧ୍ୟ ବିଭାହ କରିସାରିଛନ୍ତି। ସମସ୍ତେ କୁଲି ମଜୁରୀ କରି ଚଳୁଛନ୍ତି । ମହିଳା ଜଣକ ନିଜ ଗାଁ ରୁ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନ ପାଇବାରୁ ଘରେ ରୋଗୀଣା ଅବସ୍ଥାରେ ପଡ଼ି ରହିଥିଲେ । ତାଙ୍କର ଅବସ୍ଥା ଦେଖି ଅମରପାଲି ଗ୍ରାମରେ ବିବାହ କରିଥିବା ମୃତl ଙ୍କ ଝିଅ ଗୀତା ଓ ଜ୍ବାଇଁ ନିଜ ଘର କୁ ଆଣି ଜଣେ କ୍ୱାକ ପାଖରେ ଚିକିତ୍ସା କରୁଥିଲେ । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଡାକ୍ତରଖାନା କୁ ମଧ୍ୟ ଯାଇପାରି ନ ଥିଲେ । ତେବେ ରବିବାର ସକାଳୁ ମହିଳା ଙ୍କ ମୃତ୍ୟୁ ହୋଇଥିଲା । ପରେ ତାଙ୍କ କେଶାପାଲି ଗ୍ରାମର ଘର ଲୋକଙ୍କୁ ଏନେଇ ଖବର ଦିଆ ଯାଇଥିଲା । ତାଙ୍କ ଘର ଲୋକେ ଆସିଥିଲେ ମଧ୍ୟ ଶବ ନେବାପାଇଁ ଗାଡିମଟର ଯୋଗାଡ କରି ପରି ନ ଥିଲେ। ଏପରି କି ମହାପରାୟଣ ଗାଡ଼ି କୁ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା । ପରିବାର ର ସମସ୍ତେ କୁଲି ମଜୁରୀ କରି ଚଳୁଥିବାରୁ ଶବ ନେବା ପାଇଁ ପଇସା ଖର୍ଚ୍ଚ କରି ଗାଡ଼ି ଯୋଗାଡ କରିପାରି ନ ଥିଲେ । ତେବେ ମୃତ ଦେହକୁ ଏକ ବାଇକ ରେ ମହିଳା ଙ୍କ ପୁଅ ଓ ଅନ୍ୟ ଜଣେ ଯୁବକ ତାଙ୍କ ଘର କେଶାପାଲି କୁ ନେଉଥିବା ଦେଖିବାକୁ ମିଳିଥିଲା ।