Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡ଼ ମହାସମୁଦ ଠାରେ ଅଲ୍ଟୋସ କମ୍ପାନୀର ସଂବୃଦ୍ଧ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୨୫/୦୯ (ଜଗନ୍ନାଥ ନାଏକ) : ଛତିଶଗଡ଼ ମହାସମୁଦ ଜିଲ୍ଲା ଆକାକିଆ ହୋଟେଲ ଠାରେ ଅଲ୍ଟୋସ କମ୍ପାନୀର ସଦସ୍ୟ ମାନଙ୍କୁ ନେଇ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତିଶଗଡ଼ ରାୟପୁର ର ଅଲ୍ଟୋସ ସମ୍ରାଟ କୋମଳ ସାହୁ, ଚୁନୁରାମ ସାହୁ, ବିଶିଷ୍ଟ ଅତିଥି ଛବିରାମ ସାହୁ, ରାଜେଶ ସାହୁ, ତ୍ରିଲୋଚନ ଶବର,ଯୋଗଦାନ କରି ଅଲ୍ଟୋସ କମ୍ପାନୀ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଏଚିଭ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ମେଡାଲ,ଟ୍ରଫି ସହ ସମ୍ମାନିତ କରିଥିଲେ ।ଏବଂ ଅତିଥିମାନେ କମ୍ପାନୀ କାର୍ଯ୍ୟ ପ୍ରଣାଳୀ, ଆର୍ଥିକ ସଂବୃଦ୍ଧି , ସ୍ୱାସ୍ଥ୍ୟ ଭାରତ ଗଠନ, କମ୍ପାନୀ ବ୍ୟବସାୟ କିଭଳି କରିବା ସେ ଉପରେ ସମସ୍ତ କାର୍ଯ୍ୟରତ ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅଲ୍ଟୋସ କମ୍ପାନୀର ମୂଳ ଲକ୍ଷ୍ୟ ସ୍ୱାସ୍ଥ୍ୟ ଭାରତ,ସଂବୃଦ୍ଧି ଭାରତ ଗଠନ କରିବା ସହ ଆର୍ଥିକ ସୁଦୃଢ଼ କରିବା ମୂଳ ଲକ୍ଷ୍ୟ ।ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀ ଏଚିଭର କଳାହାଣ୍ଡି ଧର୍ମଗଡ଼ ଡମ୍ବରୁଧର ଲହଜଳ, ତରୁଣ ବାଗ, ସୁଶାନ୍ତ ଦାସ,ସଂଜୀବ ପୁରୋହିତ, ଛତିଶଗଡ଼ ଦେଭୋଗ ଦାମୁଧର ୟାଦବ,ସୁଧୀର ଗୋପାଳ ପ୍ରମୁଖ ଯୋଗଦାନ କରିଥିଲେ ।ଏହି ସେମିନାର ରେ କିଛି ଶିଖିବା ପାଇଁ କଳାହାଣ୍ଡି, ଛତିଶଗଡ଼,ରାୟପୁର, ନୂଆପଡା, ସମ୍ବଲପୁର ନବରଙ୍ଗପୁର, ରୁ ଶତାଧିକ ଅଲ୍ଟୋସ କାର୍ଯ୍ୟରତ ସଦସ୍ୟ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କମ୍ପାନୀରେ ସଫଳତା ହାସଲ କରିଥିବା କମ୍ପାନୀ କ୍ରାଉଁନ ଏଚିଭର ମୋତିରାମ ସାହୁ ମଞ୍ଚ ସଞ୍ଚାଳନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ