Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଜିଲ୍ଲା କାରାଗାର କର୍ମଚାରୀ ସଂଘ ପକ୍ଷରୁ ଧାରଣା

ଭବାନୀପାଟଣ, ୨୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କାରାଗାର କର୍ମଚାରୀ ସଂଘ ଭବାନୀପାଟଣା କେନ୍ଦ୍ରୀୟ କମିଟି ଭୁବନେଶ୍ଵର ଙ୍କ ଆହ୍ୱାନକ୍ରମେ ଆଜିଠାରୁ ୫ ଦଫା ଦାବୀ ନେଇ କଳା ବ୍ୟାଚ ପରିଧାନ କରିବା ସହ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନ କରି ଶାନ୍ତି ଶୃଙ୍ଖଳା ର ସହ ନିଜ ନିଜ କାର୍ଯ୍ୟ କରିବା ସହ ଦାବୀ ପୂରଣ ନ ହେଲା ପର୍ଯ୍ୟନ୍ତ କାରାଗାର ସମ୍ମୁଖରେ ଧାରଣା ରେ ବସି ରହିବୁ ବୋଲି ଏକ ଦାବୀ ପତ୍ର ଜିଲା କାରାଗାର ଅଧିକ୍ଷକ ଙ୍କୁ ପ୍ରଦାନ କରିଛନ୍ତି। ପୁରୁଣା ପଦନ୍ନତି ନିୟମ ୨୦୧୨ କୁ ଲାଗୁ କରିବା ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ୧୩ ମାସିଆ ଦରମା ବୃଦ୍ଧି,ଖାଦ୍ୟ ଭଡା ୪୦୦ ରୁ ୧୪୦୦ ଟଙ୍କା କୁ ବୃଦ୍ଧି, କାରା ରକ୍ଷୀ ଙ୍କ ଗ୍ରେଡ଼ ପେ ୧୯୦୦ ରୁ ୨୦୦୦ କୁ ଏବଂ ମୁଖ୍ୟ କାରା ରକ୍ଷୀ ଙ୍କ ୨୦୦୦ ରୂ ୨୪୦୦ କୁ ବୃଦ୍ଧି ଆଦି ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି ଧାରଣା ରେ ସଭାପତି ଦୁର୍ୟାଧନ ଅଘରିଆ, ସନ୍ତୋଷ ସେଠି, ଏ ମାଝୀ, ଯୋଗେନ୍ଦ୍ର କଟ୍ଟା, ଜିତେନ୍ଦ୍ର ମହାପାତ୍ର ଙ୍କ ସମେତ ଅନେକ କର୍ମଚାରୀ ଧାରଣା ରେ ଉପସ୍ଥିତ ରହିଥଲେ ।