ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୁଆଁଖାଇ ଅବସରରେ ଶୁଭମ ମ୍ୟୁଜିକ ଆନୁକୂଲ୍ୟରେ ଭବାନୀପାଟଣା ସହର ସ୍ଥାନୀୟ ଗାନ୍ଧୀ ଛକ ଠାରେ ସମ୍ବଲପୁରୀ ସନ୍ଧ୍ୟା ଓ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଭବାନୀପାଟଣା, ୨୫/୦୯ (ଜଗନ୍ନାଥ ନାଏକ) : ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୁଆଁଖାଇ ଅବସରରେ ଶୁଭମ ମ୍ୟୁଜିକ ଆନୁକୂଲ୍ୟରେ ଭବାନୀପାଟଣା ସହର ସ୍ଥାନୀୟ ଗାନ୍ଧୀ ଛକ ଠାରେ ସମ୍ବଲପୁରୀ ସନ୍ଧ୍ୟା ଓ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ କଳାହାଣ୍ଡି ର ମାନ୍ୟଗୁଣ୍ୟ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ, ତଥା ମରଣୋତ୍ତର ସମ୍ମାନ ସ୍ବର୍ଗତ ସୁନାମ ମୁନା ଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ୍ କରିଥିଲେ। ଏହି ଭେଟଘାଟ ଅବସରରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ, ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ବେହେରା, ଶ୍ରୀଯୁକ୍ତ ଜିତୁ ମହାନ୍ତି ଓ ଶ୍ରୀଯୁକ୍ତ ଧଵଲେଶ୍ୱର୍ ମହାପାତ୍ର ଆୟୋଜକ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଧାନ,ଉପଦେଷ୍ଠା ଆୟୋଜକ କମିଟି ଶ୍ରୀଯୁକ୍ତ କାଦିର ଖାଁନ, ଶୁଭମ ମ୍ୟୁଜିକର କଳାକାର, ହାଏରେ ଦିଲ ଏଣ୍ଡ ପାର୍ଟି ର କଳାକାର ତଥା ଭବାନୀପାଟଣା ର ଜନସାଧାରଣ ଏହି ମନଲୋଭା କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।