ବେସରକାରୀ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟାପକ , କର୍ମଚାରୀ ଆନ୍ଦୋଳନରେ ସାମିଲ ହେବାରୁ ପାଠ ପଢା ବନ୍ଦ

ବୀରମହାରାଜପୁର : ନିଖିଳ ଓଡ଼ିଶା ୬୬୨(+୨ ଓ +୩) ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଓ କର୍ମଚାରୀ ସଂଘ , ଭୁବନେଶ୍ୱର ଆନ୍ଦୋଳନ ଡାକରା ଦେଇଛି । ଫଳରେ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଥିବା ଯୋଗୁଁ ସଂଘ ଅନ୍ତର୍ଭୁକ୍ତ କଲେଜ ଦୁଇ ଦିନ ବନ୍ଦ ରହିବ । ଫଳରେ ଏହି ସବୁ କଲେଜ ରେ ପାଠପଢା ବ୍ୟାଘାତ ଘଟିବ । ଆନ୍ଦୋଳନ ଡ଼ାକରା ରେ ସୋମବାର ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ବନ୍ଦ ରହିଥିବା ବେଳେ ମଙ୍ଗଳବାର ମଧ୍ୟ କଲେଜ ଗୁଡ଼ିକ ବନ୍ଦ ରହିବ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ତିନୋଟି କଲେଜ ରେ ପାଠ ପଢା ବନ୍ଦ ରହିଛି । ବୀରମହାରାଜପୁର ବ୍ଲକ ର ପରମେଶ୍ବରୀ ହାୟର ସେକେଣ୍ଡାରୀ ସ୍କୁଲ ସମେତ ଉଲୁଣ୍ଡା ବ୍ଲକ ରେ ସଦର ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଓ କଳାପଥର ସ୍ଥିତ ସତ୍ୟବାଦୀ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ବନ୍ଦ ରହିଛି । ଭୁତିଆପାଲି ହାୟର ସେକେଣ୍ଡାରୀ ସ୍କୁଲ ର ୫୧୨ ଜଣ , କଳାପଥର ହାୟର ସେକେଣ୍ଡାରୀ ସ୍କୁଲ ର ୩୮୨ ଜଣ ଓ ଉଲୁଣ୍ଡା କଲେଜର ୫୭୬ ଜଣ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ବନ୍ଦ ରହିଛି । ଏହି କ୍ରମରେ ଭୁତିଆପାଲି ପରମେଶ୍ଵରୀ ହାୟର ସେକେଣ୍ଡାରୀ ସ୍କୁଲ ଫଟାକ ରେ ତାଲା ପକାଇ ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ଵ ରେ ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀମାନେ ଆନ୍ଦୋଳନ ରେ ସାମିଲ ଥିବା ଦେଖିବାକୁ ମିଳିଛି।