Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚଗାଁ ମଣ୍ଡଳରେ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ

ଝାରସୁଗୁଡା ୨୬/୯ (ଆପ୍ର)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ବିଜେପି ମଣ୍ଡଳ କାର୍ଯ୍ୟାଳୟରେ ସୋମବାର ଦିନ ପଞ୍ଚଗାଁ ମଣ୍ଡଳ ସଭାପତି ହେମକୁମାର ପ୍ରଧାନଙ୍କ ସଭାପତିତ୍ବରେ ରାଷ୍ଟ୍ରବାଦୀ ,ଏକାତ୍ମ ମାନବ ବାଦର ପ୍ରଣେତା ,ଜନ ସଂଘର ପ୍ରତିଷ୍ଠାତା ତଥା ଭାରତୀୟ ଜନତା ପାର୍ଟିର ମାର୍ଗ ଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ସର୍ବ ପ୍ରଥମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ର ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ସହିତ ଉପସ୍ଥିତ ସଦସ୍ୟ ମାନେ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦ୍ଵିତୀୟ ଭୋଇ ଜିଲ୍ଲା ଉପ ସଭାପତି ତଥା ସାଂସଦ ପ୍ରତିନିଧି ସୁଦାମ ପ୍ରଧାନ, ଜିଲ୍ଲା ଉପ ସଭାପତି ସଞ୍ଜୟ ଭୋଇ,କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ସମ୍ରାଟ ମେହେର ଅନୁସୂଚିତ ଜାତି ମୋର୍ଚା ସଭାପତି ଅର୍ଜୁନ ନିସ୍ତାର ,ମଣ୍ଡଳ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ ,ମଣ୍ଡଳ ଉପ ସଭାପତି ଦୟା ମେହେର , ସମ୍ପାଦକ ମଧୁସୁଦନ ମେହେର , ଶକ୍ତି କେନ୍ଦ୍ର ପ୍ରମୁଖ ନୟନ ସା, ଅମିତ୍ କୁମାର ସା ,ଅଶୋକ ମେହେର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପଞ୍ଚଗାଁ ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

More Stories