Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରଥପୁର ରେ ଦୁର୍ଗା ପୂଜା କମିଟି ପକ୍ଷରୁ ନୁଆଁଖାଇ ଭେଟଘାଟ ଓ ବ୍ୟଙ୍ଗ କବି ସମ୍ମିଳନୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରଥପୁର ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ  ବରିଷ୍ଠ ଶିକ୍ଷାବିତ ଭୂଷଣ କୁମାର ପାତ୍ର , ଅଧ୍ୟାପକ ଯଜ୍ଞେଶ୍ଵର ବିଶି , ସାଂସ୍କୃତିକ  ଗବେଷକ ଅଧ୍ୟାପକ  ପ୍ରକାଶ   କୁମାର ସେଠ୍ , ଉଫୁଲା ସରପଞ୍ଚ ପ୍ରତିନିଧି ମିନକେତନ ମହକୁାର , କବି ଦ୍ୱିତିକୃଷ୍ଣ ପଣ୍ଡା , ହାସ୍ୟକବି ଦେବେନ୍ଦ୍ର ସହୁ ,  କ୍ରାନ୍ତି କବି  ହରିଲାଲ ସହୁ , ବ୍ୟଙ୍ଗକବି ମୁନିରାମ କୁମ୍ଭାର , କବି ତଥା ଶିକ୍ଷାବିତ୍ ଲକ୍ଷ୍ମୀନାରାୟଣ ସହୁ  ଓ ଜେଲ୍ ଅଧ୍ୟକ୍ଷା ଅଞ୍ଜଳି ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଛୋଟ ଛୋଟ ଶିଶୁ ମାନେ ନୃତ୍ୟ ପରିବେଷଣ କରିଥିଲେ । କମିଟି ପକ୍ଷରୁ ୨୦୨୩ ବର୍ଷ ରେ ବୀରମହାରାଜପୁର ଉପଖଣ୍ଡ ରେ ମାଟ୍ରିକ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ବିଶ୍ଵରୂପ ସାହୁ , ଖେଳକୁଦ ପାଇଁ  ତାଇକଣ୍ଡୋ  ଖେଳାଳୀ ଏହେସାସ୍  ହୋତା , ବିଶିଷ୍ଟ  ଚାଷୀ ଶାନ୍ତନୁ କ୍ଷେତି ,  ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ , ସାହିତ୍ୟ ସଂଗଠକ ଦ୍ଵିତିକୃଷ୍ଣ ପଣ୍ଡା , କବି  ଯଜ୍ଞେଶ୍ଵର ବିଶି  ଓ ଶ୍ରେଷ୍ଠ  ସଂଚାଳକ  ଅବିନାଶ ହୋତା ଙ୍କୁ ସ୍ମୃତି ଫଳକ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବ୍ୟଙ୍ଗ କବି ମାନେ ଏହି ଅବସର ରେ ବ୍ୟଙ୍ଗ କବିତା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅରବିନ୍ଦ ରଣା ସଂଯୋଜନା କରିଥିବା ବେଳେ ମଳୟ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ । ରଥପୁର ଦୁର୍ଗାପୂଜା  କମିଟିର  ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।  ଶେଷରେ ମା’ ମେଲୋଡି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।  କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।