Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରା ବିଶ୍ୱରେ ଅଦ୍ୱିତୀୟ ଡମ୍ ଜାତିର କଳା ଓ ସଂସ୍କୃତି, ଏହାର ସଂରକ୍ଷଣ ପାଇଁ ଆନ୍ତରିକତା ଲୋଡ଼ା

କଳାହାଣ୍ଡି,୨୬/୦୯-ପିଢି ପରେ ପିଢି ନାନାଦି ନିର୍ଯାତନା ଓ ସାମାଜିକ ତାଡନାର ଶିକାର ହୋଇ ମଧ୍ୟ ଡମ୍ ଜାତି କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଛି । ଗାନ୍ଧର୍ବ ବିଦ୍ୟାରେ ନିପୂଣ ଏ ଜାତି କଳା ସଂସ୍କୃତି ପ୍ରିୟ ହୋଇଥିବାବେଳେ ସାମାଜିକ, ରାଜନୈତିକ ଅବହେଳା ସତ୍ତ୍ୱେ ତାର ସଂସ୍କୃତି ଓ ପରମ୍ପରାକୁ ଜାବୁଡି ଧରିରଖିଛି । ସାରା ବିଶ୍ୱରେ ଡମ୍ ଜାତିର କଳା ଓ ସଂସ୍କୃତି ଅଦ୍ୱିତୀୟ, ଏହାର ସଂରକ୍ଷଣ ପାଇଁ ସରକାରୀ ଉଦ୍ୟମ ଓ ପ୍ରଶାସନିକ ଆନ୍ତରିକତାର ଆବଶ୍ୟକତା ରହିଛି ବୋଲି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଭୀମ୍ ନଗରରେ ଆୟୋଜିତ ନୂଆଖାଇ ଭେଟଘାଟ ଓ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଓଡିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କର୍ଲାମୁଣ୍ଡା ବ୍ଲକ ଭୀମନଗରର କର୍ମକର୍ତ୍ତାମାନଙ୍କ ଦ୍ୱାରା ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ, କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଫେଡେରେସନର ସଂସ୍କୃତି ବିଭାଗ ମୁଖ୍ୟ ମଧୁସୂଦନ ବାଗ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ନାଏବ ସରପଞ୍ଚ ରାଧେଶ୍ୟାମ ବାଗ, ସମାଜସେବୀ ତରୁଣ କୁମାର ପ୍ରମୁଖ ଯୋଗ ଦେଇଥିଲେ ଭୀମନଗର ଶାଖା ସଭାପତି ଟିକ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଅଧ୍ୟାପକ ଗୁର ସୁନା ପରିଚାଳନା କରିଥିବାବେଳେ ଫେଡେରେସନର କର୍ଲାମୁଣ୍ଡା ବ୍ଲକ ଯୁବ ବିଭାଗ ସଭାପତି ଟୁନୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଆୟୋଜିତ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ ଆଶୁତୋଷ ସାହୁ, ଗଣେଶ କୁମାର ଦାୟିତ୍ୱ ତୁଲାଇଥିବାବେଳେ ଆଶିଷ କୁମାର ସାହୁ ସଂଯୋଜନା କରିଥିଲେ । ଏଥିରେ ଭାଗ୍ୟଶ୍ରୀ ସାହୁ ପ୍ରଥମ, ସୁନେଲୀ ବୁଡେକ ଦ୍ୱିତୀୟ, ରାଇଜିଂ ଷ୍ଟାର ସରଦାପୁର ଓ ଅନ୍ୱେଷା ପୁଟେଲ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କଠାରୁ ପୁରସ୍କୃତ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ