Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁତୁର ପଙ୍କ ଗ୍ରାମରେ ଗୁପ୍ତଧନ ମିଳିବା ଆଶାରେ ପୂଜାର୍ଚ୍ଚନା କରୁଥିବା ଚର୍ଚ୍ଚା କୁ ପୋଲିସର ମନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଗୁପ୍ତଧନ ( ସୁନା ହଣ୍ଡା) ଖୋଳିବା ପାଇଁ ପୂଜାର୍ଚ୍ଚନା ଚାଲିଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ସୁବଳୟା ପୋଲିସ ଆସି ଏଥିରେ ସଂପୃକ୍ତ ଏକ ଦମ୍ପତ୍ତି ସମେତ ସହଯୋଗୀଙ୍କୁ ଥାନାକୁ ନେଇଥିବା ବେଳେ ପୋଲିସ ସେମାନଙ୍କୁ ପଚରା ଉଚୁରା କରି ଛାଡ଼ି ଦେଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନାମତେ ଲୁତୁରପଙ୍କ ଗ୍ରାମ କୁ ସୋମବାର ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳର ପ୍ରାୟ ୩ଜଣ ପୁରୁଷ ଓ ୨ ଜଣ ମହିଳା ଆସି ଗ୍ରାମର ଜନୈକ ବ୍ୟକ୍ତି ଙ୍କ ଘରେ ସୁନାହଣ୍ଡା ଖୋଳିବା ପାଇଁ ପୂଜାର୍ଚ୍ଚନା ଆରମ୍ଭ କରୁଥିଲେ । ଏନେଇ ଗ୍ରାମରେ ଅଜଣା ଲୋକ ଆସିଥିବା ନେଇ କୌଣସି ବ୍ୟକ୍ତି ସୁବଳୟା ଥାନା କୁ ଖବର ଦେଇଥିଲେ । ସୁବଳୟା ପୋଲିସ ସନ୍ଧ୍ୟା ୯ ଟା ରେ ଆସି ଉକ୍ତ ଘରୁ ଏଥିରେ ସଂପୃକ୍ତ ଗୁଣିଆ ସମେତ ୪ ଜଣ ସହଯୋଗୀଙ୍କୁ ଥାନା କୁ ନେଇଥିଲା । ପୋଲିସ ସେମାନଙ୍କୁ ପଚରା ଉଚୁରା କରି ରାତି ତମାମ ସେମାନଙ୍କୁ ଥାନା ରେ ରଖି ମଙ୍ଗଳବାର ପୂର୍ବାହ୍ନରେ ଛାଡ଼ି ଦେଇଥିଲା । ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଙ୍କୁ ପଚାରିବାରୁ ଲୁତୁରପଙ୍କ ଗ୍ରାମକୁ ଅଜଣା ଲୋକ ଆସିଥିବା ଖବର ପାଇ ତାଙ୍କୁ ଥାନା କୁ ଅଣା ଯାଇଥିଲା ଓ ପରେ ସେମାନଙ୍କୁ ପଚରା ଉଚୁରା କରି ଛାଡ଼ି ଦିଆଗଲା ବୋଲି କହିଛନ୍ତି । ଗ୍ରାମରେ କୌଣସି ଗୁପ୍ତଧନ ପାଇଁ ପୂଜା ପାଠ ହେଉ ନ ଥିବା ସେ ପ୍ରକାଶ କରିଛନ୍ତି । ଭେଡେନ ଅଞ୍ଚଳ ର ଉକ୍ତ ବ୍ୟକ୍ତିମାନେ ଲୁତୁରପଙ୍କ ଗ୍ରାମର ଯାହା ଘର କୁ ଆସିଥିଲେ ସେହି ବ୍ୟକ୍ତି ସେମାନଙ୍କୁ ଜାଣି ଥିଲେ ନା ନାହିଁ ତାହା ଏବେ ପ୍ରଶ୍ନବାଚି ଦେଖା ଦେଇଛି । ଯଦି ସେମାନଙ୍କୁ ଘରବାଲା ଜାଣିଥିଲେ ତେବେ ସେମାନଙ୍କୁ ପୋଲିସ ଥାନା କୁ ନେଲା କାହିଁକି ବୋଲି ସାଧାରଣ ରେ ଆଲୋଚନା ହେଉଛି । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ